ଇତିହାସରେ ପ୍ରଥମ : ଏକାଥରକେ ଶପଥ ନେଲେ ୯ ବିଚାରପତି, ସୁପ୍ରିମକୋର୍ଟ ଅଡିଟୋରିୟମରେ ହେଲା ଗୋପନୀୟତା ପାଠ

ଇତିହାସରେ ପ୍ରଥର ଥର ଏକ ସଙ୍ଗରେ ଶପଥ ନେଇଛନ୍ତି ୯ ଜଣ ନୂଆ ବିଚାରପତି । ପ୍ରଧାନ ବିଚାରପତି ଏନ୍ଭି ରମଣ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଶପଥ ଗ୍ରହଣ କରିଥିବା ନୂତନ ବିଚାରପତିଙ୍କ ମଧ୍ୟରେ ଅଛନ୍ତି, କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଅଭୟ ଓକା ଏବଂ ବିଚାରପତି ବି ଭି ନାଗରତ୍ନ, ତେଲେଙ୍ଗାନା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ହିମା କୋହଲି, ଗୁଜରାଟ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ବିକ୍ରମ ନାଥ, ସିକିମ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜେ କେ ମାହେଶ୍ବରୀ, କେରଳ ଉଚ୍ଚନ୍ୟାୟାଳୟର ବିଚାରପତି ସି ଟି ରବିକୁମାର, ମାଡ୍ରାସ୍ ଉଚ୍ଚ ନ୍ୟାୟାଳୟର ବିଚାରପତି ଏମ୍ ଏମ୍ ସୁନ୍ଦରେଶ, ଗୁଜରାଟ ଉଚ୍ଚ ନ୍ୟାୟାଳୟର ବିଚାରପତି ବେଲା ଏମ୍ ତ୍ରିବେଦୀ ଏବଂ ବରିଷ୍ଠ ଆଡ୍ଭୋକେଟ୍ ପି ଏସ୍ ନରସିଂହ।
ଥରକେ ୯ଜଣ ବିଚାରପତି ଶପଥ ଗ୍ରହଣ କରିବା ଘଟଣା ଶୀର୍ଷ ଅଦାଲତ ଇତିହାସରେ ସର୍ବପ୍ରଥମ ଘଟଣା। ପାରମ୍ପରିକ ଭାବେ ପ୍ରଧାନ ବିଚାରପତିଙ୍କ କକ୍ଷରେ ସମ୍ପାଦିତ ହେଉଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଏଥର କିନ୍ତୁ, ସୁପ୍ରିମ୍ କୋର୍ଟର ଅତିରିକ୍ତ ଅଟ୍ଟାଳିକା ପରିସରର ‘ଅଡିଟରିୟମ୍’ରେ ଆୟୋଜିତ ହୋଇଥିଲା।
ସୁପ୍ରିମ୍ କୋର୍ଟରେ ସମୁଦାୟ ବିଚାରପତି ୩୪ଜଣ ବୋଲି ନିର୍ଦ୍ଧାରିତ ହୋଇଥିଲେ ବି ପ୍ରଧାନ ବିଚାରପତିଙ୍କ ସମେତ ୯ଜଣ ନୂତନ ବିଚାରପତି ମିଶାଇ ଶୀର୍ଷ ଅଦାଲତରେ ସମୁଦାୟ ବିଚାରପତିଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ତଥାପି ଆହୁରି ଜଣେ ବିଚାରପତିଙ୍କ ବଦବୀ ଖାଲି ପଡ଼ିଛି। ଅଗଷ୍ଟ ୧୭ ତାରିଖରେ ହୋଇଥିବା ବୈଠକରେ ସିଜେଆଇ ଏନଭି ରମଣାଙ୍କ ଅଧ୍ୟକ୍ଷତା କଲେଜିୟମ୍ରେ ଏହି ୯ ଜଣ ନୂଆ ବିଚାରପତିଙ୍କ ନାମକୁ ମଞ୍ଜୁରି ଦେଇଥିଲା। ଅନୁମୋଦିତ ବିଚାରପତିମାନଙ୍କ ମଧ୍ୟରୁ ବିଚାରପତି ବି ଭି ନାଗରତ୍ନ ଏକ ମାସରୁ କିଛି ଦିନ ଅଧିକ ସମୟ ପର୍ଯ୍ୟନ୍ତ (୨୦୨୭ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ) ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ପାରନ୍ତି।
Powered by Froala Editor