କ୍ଷୀର ସହିତ ଖାଆନ୍ତୁ ନାହିଁ ଏହି ଜିନିଷ...
ଅମ ଶରୀର ପାଇଁ ଅନେକ ପ୍ରକାର ପୋଷକ ତ ୍ୱ ଆମେ ଖାଦ୍ୟରୁ ହିଁ ପାଇଥାଉ । କ୍ଷୀରରେ ଭିଟାମିନ-ଡି ଓ ପ୍ରଚୁର ପରିମାଣରେ କ୍ୟାଲ୍ସିୟମ ଥିବାରୁ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିପାଇଁ ଡାକ୍ତର ମାନେ ସର୍ବଦା କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଅନେକ ଲୋକ କ୍ଷୀର ସହିତ ଅନ୍ୟ କିଛି ଜିନିଷ ମିଶାଇ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଯାହାଦ୍ୱରା ଅନେକ ଅସୁବିଧାର ସମ୍ଭାବନା ଥାଏ । ଯେପରିକି ଖଟାଫଳ ଯଥା ଲେମ୍ବୁ, କମଳା, ଧନିଆ ପତ୍ର, ଆମଲା ଆଦି ସହ କ୍ଷୀର ଖାଇବା ଉଚିତ୍ ନୁହେଁ । କାରଣ ଭିଟାମିନ୍-ସି ଓ ସାଇଟ୍ରିକ ଏସିଡ୍ ଅଧିକ ପରିମାଣରେ ଫଳରେ ଥାଏ, ସେଥିପାଇଁ ଏହାକୁ କ୍ଷୀର ସହ ଖାଇଲେ କ୍ଷୀର ପେଟରେ ଫାଟିଯାଏ ଓ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଯାଇଥାଏ । ଏହା ସହିତ ମାଂସ ମଧ୍ୟ କ୍ଷୀର ସହିତ ଖାଇବା ଉଚିତ୍ ନୁହେଁ । ଉଭୟ ପ୍ରୋଟିନଯୁକ୍ତ ହୋଇଥିବାରୁ ଏହା ପେଟ ସମ୍ବନ୍ଧୀୟ ସମସ୍ୟା, ଆଲର୍ଜୀ ଭଳି ସମସ୍ୟା ସୃଷ୍ଟି କରିଥାଏ । ଚେରୀ ସହ କ୍ଷୀର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଅନେକ ଲୋକ ସ୍ନାକ୍ସ ଓ ଲୁଣିଆ ଜିନିଷ ସହ କ୍ଷୀର ପିିବାକୁ ପସନ୍ଦ କରିଥାନ୍ତି । କାରଣ ଲୁଣିଆ ଜିନିଷ ସହ କ୍ଷୀର ଖାଇବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ ।
Powered by Froala Editor