ଆଜିଠୁ ସେରୋ ସର୍ଭେ ଆରମ୍ଭ
ଭୁବନେଶ୍ୱର: କରୋନାର ଦ୍ୱତୀୟ ଲହରର ପ୍ରକୋପ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଥିବା ବେଳେ ତୃତୀୟ ଲହରକୁ ନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଯଦି ତୃତୀୟ ଲହର ଆସେ ତେବେ ଏଥିରେ ୧୮ ବର୍ଷରୁ କମ ବୟସ ବର୍ଗର ପିଲା ଅଧିକ ମାତ୍ରାରେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଭୁବନେଶ୍ୱରେ ସେରୋ ସର୍ଭେ ଆରମ୍ଭ ହେବ । ବିଏମସି ପକ୍ଷରୁ ଜାରି ହୋଇଥିବା ନିଦେ୍ର୍ଧଶନାମା ଅନୁସାରେ ଦୁଇ ଦିନ ଧରି ଏହି ସେରୋ ସର୍ଭେ କରାଯିବ ଓ ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । ଏହି ସର୍ଭେ ପାଇଁ ୫ଟି ୱାର୍ଡରେ ୫ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ଓ ଆରଏମଆରସି ପକ୍ଷରୁ ରାଜ୍ୟରେ ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ସର୍ଭେରେ ବିଭିନ୍ନ ବୟସର ୨୦୦ ଜଣଙ୍କୁ ସାମିଲ କରାଯିବ ବୋଲି କୁହାଯାଉଛି ।
Powered by Froala Editor