ନିରଞ୍ଜନ ମୋ ବଡ ଭାଇ : ତାରା
ଭୁବନେଶ୍ୱର : କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ନରମି ଯାଇଛନ୍ତି । କିଛିଦିନ ତଳେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ବୋଲି କହିଥିଲେ । ଏହାକୁ ନେଇ ବେଶ ହଟଚମଟ ହୋଇଥିଲା । କିନ୍ତୁ ଏବେ ତାରାଙ୍କ କଥା ବଦଳିଯାଇଛି । ନିରଞ୍ଜନ ତାଙ୍କର ବଡ଼ଭାଇ ବୋଲି ସେ କହିଛନ୍ତି ।
ତାରା କହିଛନ୍ତିଯେ, ସେ ଚେଲ୍ଲାକୁମାର ଓ ନିରଞ୍ଜନଙ୍କ ସହ କଥା ହୋଇଛନ୍ତି । ସେ ରାଗରେ ଏଭଳି କହି ଦେଇଥିଲେ । ନିରଞ୍ଜନ ମୋ ବଡ଼ଭାଇ ଓ ମୁଁ ତାଙ୍କ ସାନଭାଇ । ତେବେ ସେ ପ୍ରଦୀପ ମାଝୀ କିମ୍ବା ସପ୍ତଗିରି ଉଲାକାଙ୍କ ସହ କଥା ହୋଇନାହାନ୍ତି ବୋଲି ତାରା କହିଛନ୍ତି ।
ସୂଚନାଯୋଗ୍ୟଯେ,
ସୂଚନାଯୋଗ୍ୟଯେ, ଗତ କିଛିଦିନ ଧରି କୋରାପୁଟ କଂଗ୍ରେସରେ ବିବାଦ ତୀବ୍ରତର ହେବାରେ ଲାଗିଛି । ଏନେଇ ତାରା ବାରବାର ପିସିସି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳିନାହିଁ । ଯେଉଁଥିପାଇଁ ତାଙ୍କ ପନôୀ ତଥା କୋରାପୁଟ କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଦଳ ଛାଡ଼ିବାକୁ ଚେତାବନୀ ବି ଦେଇସାରିଛନ୍ତି ।
ଏସମ୍ପର୍କରେ ତାରା କହିଛନ୍ତିଯେ, ବିଜେଡ଼ି ବିଧାୟକମାନେ ନବୀନଙ୍କ ନାମରେ ଓ ବିଜେପି ବିଧାୟକମାନେ ମୋଦିଙ୍କ ନାମରେ ନିର୍ବାଚନ ଜିତୁଛନ୍ତି । କିନ୍ତୁ ନିରଞ୍ଜନଙ୍କ ନାଁରେ କଂଗ୍ରେସ ବିଧାୟକମାନେ ନିର୍ବାଚନ ଜିତିନଥା’ନ୍ତି । ତାଙ୍କର ବୟସ ହୋଇଗଲାଣି । ସେ ପଦ ଛାଡ଼ିଦେବା ଉଚିତ । ସେ ଦଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । କିନ୍ତୁ ନିରଞ୍ଜନଙ୍କ ବିରୋଧରେ ସେ ଲଢେ଼ଇ ଜାରିରଖିବେ ବୋଲି ତାରା କହିଛନ୍ତି ।
Powered by Froala Editor