ଅମିତ୍ ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ
ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ହକି ତାରକା ଅମିତ୍ ରୋହିଦାସଙ୍କୁ ଆଜି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି | ଅମିତ୍ ଙ୍କୁ ଶ୍ରେଷ୍ଠ ଖେଳାଳୀ ବାବଦରେ ୨ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରିଥିଲେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରିଥିବାରୁ ଭାରତୀୟ ହକି ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି |
ଏହାସହିତ ଓଡିଶାର ଭେଟେରାନ୍ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀଙ୍କୁ ତାଙ୍କ ଜୀବନବ୍ୟାପି ସାଧନା ପାଇଁ ୩ ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଛି। ଏଥିସହିତ ବିଶିଷ୍ଟ କୋଚ୍ ଭାବରେ ଶିବ ପ୍ରସାଦ ଦାସଙ୍କୁ ୧ଲକ୍ଷ ଓ ମାନପତ୍ର ପ୍ରଦାନ କରାଯାଇଛି। ଅନ୍ୟପଟେ ପୁଲିସ ଏଏସଆଇ ତ୍ରୈଲୋକ୍ୟନାଥ ପରିଡ଼ାଙ୍କୁ ସାହସିକତା ସ୍କୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର, ରୌପ୍ୟ ପଦକ ଏବଂ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି। ଆଜି କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା/ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି।
Powered by Froala Editor