ଟୋକିଓ ପାରାଲିମ୍ପିକରେ ରୌପ୍ୟ ପଦକ ଜିତି , ଇତିହାସ ରଚିଲେ ଭାବିନା ପଟେଲ୍

ଆଜି ଭାବିନା ପଟେଲ୍ ୨୦୨୦ ଟୋକିଓ ପାରାଲିମ୍ପିକରେ ରୌପ୍ୟ ପଦକ ଜିତି ଭାରତ ଗର୍ବିତ ଏବଂ ଇତିହାସ ସୃଷ୍ଟି କରିଛନ୍ତି | ଏହାସହିତ ଟେବୁଲ୍ ଟେନିସ୍ ରେ ପାରାଲିମ୍ପିକରେ ମେଡାଲ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ସାଜିଛନ୍ତି । ଭାବିନା ପଟେଲ୍ ଫାଇନାଲ ମୁକାବିଲାରେ ଚୀନ ପ୍ରତିଯୋଗୀ ଜୋହୁ ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ଜିତିଛନ୍ତି | ଚୀନ୍ର ୟିଙ୍ଗ୍ଙ୍କ ଠାରୁ ପଟେଲ୍ ୧୯ ମିନିଟ୍ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଥିଲେ | ଭାବିନା ପଦକ ଜିତିବା ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ଭାବିନାଙ୍କ ସମର୍ଥକମାନେ ତାଙ୍କ ଘର ସମ୍ମୁଖରେ ବାଣ ଫୁଟାଇ ଖୁସି ବ୍ୟକ୍ତ କରିଥିଲେ | ଏହାସହିତ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଭାବିନାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ।
Powered by Froala Editor