ଘରେ ରଖନ୍ତୁ ନାହିଁ ଏହି ପୁରୁଣା ଜିନିଷ, ହୋଇଯିବେ କାଙ୍ଗାଳ

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ନିଜ୍ୱସ୍ୱ ଶୁଭ ଓ ଅଶୁଭ ପ୍ରଭାବ ରହିଛି । କେତେକ ପୁରାତନ ଜିନିଷ ଯାହା ବ୍ୟବହୃତ ହେଉନାହିଁ କିମ୍ବା ନଷ୍ଟ ହୋଇନାହିଁ, ସେଗୁଡିକ ନକରାତ୍ମକ ଶକ୍ତି ସୃଷ୍ଟି କରେ ଯାହା ଆମର ପ୍ରଗତି ଓ ଘରର ସମୃଦ୍ଧିକୁ ବାଧା ଦେଇଥାଏ । ସେହି ଜିନିଷ ଗୁଡିକୁ ଘରୁ ଶୀଘ୍ର ବାହାର କରିବା ଉଚିତ୍ । ଯେମିତିକି କିଛି ଲୋକଙ୍କ ଅଭ୍ୟାସ ଅଛି ପୁରୁଣା ଖବର କାଗଜକୁ ଘରେ ରଖିବା, ବାସ୍ତୁ ଅନୁସାରେ ଏହା ଘରେ ରଖିବା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ । କାରଣ ଏଥିରେ ଧୂଳି ଓ ମାଟି ଜମି କୀଟମାନଙ୍କର ପ୍ରଜନନ ହେବାର ଭୟ ଥାଏ । ସେହିପରି ଘରେ ପୁରୁଣା ତାଲା ରଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହା ଘରେ ରଖିବା ଦ୍ୱାରା ପ୍ରଗତିରେ ବାଧା ସୃଷ୍ଟି ହୁଏ ଓ ଏହା ଭାଗ୍ୟକୁ ସବୁଦିନ ପାଇଁ ତାଲା ପକାଇଦିଏ ବୋଲି କୁହାଯାଏ । ଏହା ସହିତ ଘରେ ପୁରୁଣା ଘ । ରଖିବା ମଧ୍ୟ ଅନୁଚିତ୍ । ବନ୍ଦ ଘ । ଘରେ ରଖିବା ଦ୍ୱାରା ସେ ଆପଣଙ୍କ ଭଲ ସମୟ ଆସିବାକୁ ଦିଏ ନାହିଁ ଓ ଜୀବନରେ ସୁଖ ହାସଲ କରିବାକୁ ବାରଣ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘରେ ଖରାପ ହୋଇଯାଇଥିବା ଚପଲ ରଖନ୍ତୁ ନାହିଁ । ଏହା ଗୃହରେ ରହିବା ଦ୍ୱାରା ଜୀବନରେ ସଙ୍ଘର୍ଷ ଦେଖାଦେଇଥାଏ । ତେଣୁ ପୁରୁଣା ଜୋତା ଗୁଡିକୁ ଶନିବାର ଦିନ ଘରୁ ବାହାରକୁ ଫିଙ୍ଗି ଦେବା ଉଚିତ୍ । ଏହା ମଧ୍ୟ ଶନିଙ୍କ ଦଶାକୁ ହ୍ରାସ କରିଥାଏ । ଏହା ସହିତ ଚିରି ଯାଇଥିବା ପୋଷାକକୁ ମଧ୍ୟ ଘରେ ରଖିବା ଉଚିତ୍ ନୁହେଁ । କାରଣ ଏହା କ୍ୟାରିୟରରେ ବାରମ୍ବାର ସମସ୍ୟା ସୃଷ୍ଟି କରିଥାଏ ।
Powered by Froala Editor