ଟେଲି ଅଭିନେତା ଗୌରବ ଗିରଫ: ଘରୁ ମିଳିଲା ଗଞ୍ଜେଇ, ଡ୍ରଗ୍ସ

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶୁକ୍ରବାର ଟେଲିଭିଜନ ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଛି। ଗୌରବଙ୍କ ଘରୁ ଏମ୍ଡି ଡ୍ରଗ୍ସ ଏବଂ ଗଞ୍ଜେଇ ଜବତ କରିଛି ତଦନ୍ତକାରୀ ସଂସ୍ଥା। ଅଭିନେତା ଏଜାଜ ଖାନଙ୍କୁ ପଚରାଉଚରା ଆଧାରରେ ଗୌରବଙ୍କୁ ଗିରଫ କରାଯାଇଛି। ଯେତେବେଳେ ଅଭିନେତା ତାଙ୍କ ଫ୍ଲାଟମେଟ ଜଣେ ମହିଳା ସହିତ ତାଙ୍କ ବିଲ୍ଡିଂକୁ ଫେରିଥିଲେ ଏବଂ ଏନସିବି ଦଳକୁ ଦେଖି ସେ ତାଙ୍କ ସହଯୋଗୀମାନଙ୍କ ସହ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ।
ଏନସିବି ରିପୋର୍ଟ କରିଛି ଯେ ଗୌରବ ଦୀକ୍ଷିତଙ୍କୁ ଗିରଫ କରାଯାଇଛି। ତାଙ୍କ ଘରେ ଚଢାଉ ସମୟରେ ଡ୍ରଗ୍ସ ଏବଂ ଗଞ୍ଜଇ ମିଳିଛି। ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିବା ପରେ ତାଙ୍କୁ ପଚରାଉଚରା ସମୟରେ ଗୌରବଙ୍କ ନାମ ସାମ୍ନାକୁ ଆସିଥିଲା । ମାର୍ଚ୍ଚ ୩୧ ରେ ଏଜାଜ ଖାନ ମୁମ୍ବାଇ ବିମାନବନ୍ଦରରୁ ଧରାପଡିଥିଲେ। ଏଜାଜଙ୍କ ବିଷୟରେ ଅନ୍ଧେରି ଏବଂ ଲୋଖଣ୍ଡୱାଲାର ଅନେକ ସ୍ଥାନରେ ଏନସିବି ସର୍ଚ୍ଚ ଅପରେସନ କରିଥିଲା। ଡ୍ରଗ୍ସ ବେପାରୀ ଶାଦବ ବାଟାଟାଙ୍କୁ ପଚରାଉଚରା ବେଳେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା ।
Powered by Froala Editor