ପଡୋଶୀଙ୍କୁ ପିଟିଲେ ବବି !

ସିନେ ତାରକା ବବି ମିଶ୍ରଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ନିଶାଶକ୍ତ ଅବସ୍ଥାରେ ସେ ତାଙ୍କ ପଡୋଶୀଙ୍କୁ ବନ୍ଧୁକ ଦେଖାଇ ଡରାଇବା ସହ ମାଡ ମାରିଛନ୍ତି । ଏନେଇ ପଡୋଶୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, ବବି ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ର ଏନ୍ନ୍-୧ରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । କିଛି ଦିନ ହେଲା ସେ ମାନସିକ ଚିନ୍ତାରେ ରହୁଥିଲେ । କୌଣସି କାରଣ ନେଇ ସମ୍ପୃକ୍ତ ପଡ଼ୋଶୀଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବବି ଘରୁ ଏକ ବନ୍ଧୁକ ଆଣି ତାଙ୍କୁ ଧମକାଇଥିଲେ । ଏମିତିକି ଆପାର୍ଟମେଣ୍ଟର ଅନ୍ୟ ଅନ୍ତେବାସୀଙ୍କ ସାମ୍ନାରେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ ।
ପୁଲିସ କହିଛି, ସିନେ ଅଭିନେତା ବବି ମିଶ୍ରଙ୍କ ନାଁରେ ଏକ ଅଭିଯୋଗ ଆସିଛି । ତେବେ ଉକ୍ତ ଆପାର୍ଟମେଣ୍ଟ ଓ ଆଖାପଖରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ରୁ ବବିଙ୍କ କାରମାନାର ସତ ଖୋଜା ଚାଲିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Powered by Froala Editor