ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ପୁଲିସ କର୍ମଚାରୀ ମୃତ

ଇଚ୍ଛାପୁର: ଅନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ଇଛାପୁର-ଶ୍ରୀକାକୁଲମ୍କୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥରେ ଅପରାହ୍ଣ ୩ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଆନ୍ଧ୍ରପ୍ରଦେଶ ପୁଲିସର ସବ୍ଇନ୍ସପେକ୍ଟର ଓ ୩ ଜଣ ସଶସ୍ତ୍ର ରିଜର୍ଭ ପୁଲିସ କନଷ୍ଟେବଳ । ମୃତକମାନେ ହେଲେ ସବ୍ଇନ୍ସପେକ୍ଟର କେ. କ୍ରିଷ୍ଣା ନାଇଡ଼ୁ, ହେଡ୍ କନେଷ୍ଟବଲ୍ ୱାଇ. ବାବୁ ରାଓ, ପି. ଆଣ୍ଟୋନି ଓ ଡ୍ରାଇଭର ଜନାର୍ଦ୍ଦନ ରାଓ । ଏମାନେ ଓଡ଼ିଶା-ଆନ୍ଧ୍ର ସୀମା ଇଛାପୁରମ୍ ନିକଟ ବାଇରିସରଙ୍ଗପୁରମ ଗ୍ରାମର ଯବାନ୍ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇ ଶ୍ରୀକାକୁଲମ୍ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ ।
ଆନ୍ଧ୍ର ପୁଲିସ ସୂଚନା ଅନୁସାରେ ୪ଜଣ ପୁଲିସ କର୍ମଚାରୀ ପଲାସା ନିକଟ ସୁମାଦେବୀପେଟାରେ ପହଞ୍ଚିବା ବେଳକୁ ତାଙ୍କ ବୋଲେରୋ ଗାଡ଼ିର ଟାୟାର ଫାଟି ଯାଇଥିଲା । ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ରୋଡ୍ ଡିଭାଇଡରକୁ ଧକ୍କା ଦେଇ ଅପର ପାଶ୍ୱର୍ ରାସ୍ତାକୁ ଡେଇଁ ପଡ଼ିଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍କୁ ଜୋର୍ରେ ପିଟି ହୋଇଥିଲା ।
Powered by Froala Editor