ଶତୃଘ୍ନଙ୍କ ଟୁଇଟର ହ୍ୟାକ୍ କରି ଏଲନ ମସ୍କଙ୍କ ନାଁ ଲେଖିଲେ ହ୍ୟାକର
ସାଇବର ଅପରାଧୀଙ୍କ ନଜର ଏବେ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପଡିଛି । ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟର ଆକାଂଉଟ ଶନିବାର ହ୍ୟାକରମାନେ ହ୍ୟାକ କରି ନେଇଥିଲେ । ଶଶି ଥରୁରଙ୍କ ସମ୍ପର୍କରେ ଶତ୍ରୁଘ୍ନ ଟୁଇଟ କରିବା ପରେ ଏହି ଘଟଣା ଘଟିଥିଲା । ତାଙ୍କ ଆକାଂଉଟର ନାମ ବଦଳାଇ ଏଲନ ମସ୍କ କରି ଦେଇଥିଲେ । ଏପରିକି ରକେଟ ଲଂଚର ଫଟୋ ସହ ତାଙ୍କ ପ୍ରୋଫାଇଲ ପିକ୍ଚର ବି ବଦଳାଇ ଦେଇଥିଲେ । କିଛି ସମୟ ପରେ ଆକାଂଉଟକୁ ରିକଭର କରି ନିଆ ଯାଇଛି ।
Powered by Froala Editor