୨୩ରୁ ଡିଏଲ ପାଇଁ ଆବେଦନ

କଟକ: ଆସନ୍ତା ୨୩ରୁ ତାରିଖରୁ ପୁଣି ଥରେ ଏଲଏଲ ପାଇଁ ଆବେଦନ କରିବାକୁ ରାଜ୍ୟ ପରିବହନ କମିସନର (ଏସଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଆରଟିଓ ନୂଆ ଏଲଏଲ ଆବେଦନ କାମ ଆରମ୍ଭ କରିବେ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ଗତ ୧୧ ତାରିଖରୁ ଏଲଏଲ ପାଇଁ ପରୀକ୍ଷା ଆରମ୍ଭ କରିବାକୁ ଏସଟିଏ ପକ୍ଷରୁ କୁହାଯାଇଥିଲା । ବୁକିଂ ହୋଇଥିବା ସ୍ଲଟର ୫୦%କୁ ନେଇ ଏହି ପରୀକ୍ଷା କରାଯିବ ବୋଲି ନିଦେ୍ର୍ଧଶ ଦିଆଯାଇଥିଲା । ନୂଆ ଏଲଏଲ ପାଇଁ ଆବେଦନ ହେଉନଥିବାରୁ ସ୍ଲଟ କ୍ରମଶଃ ଶେଷ ହୋଇ ଆସିଲାଣି । ଫଳରେ ଆସନ୍ତା ୨୩ ତାରିଖରୁ ନୂଆ ଏଲଏଲ ପାଇଁ ଆବେଦନ ପ୍ରକି୍ରୟା ଆରମ୍ଭ କରିବାକୁ ପ୍ରତ୍ୟେକ ଆରଟିଓଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
Powered by Froala Editor