ନବୀନ ବାଣ୍ଟିଲେ ସ୍ମାର୍ଟ କାର୍ଡ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ମାଲକାନାଗିରିରେ ପ୍ରଥମ ହେଲ୍ଥ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି । ଏକ ଭବ୍ୟ ଉତ୍ସବରେ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ବହୁ ମନ୍ତ୍ରୀ, ବିଧାୟକ ତଥା ବରିଷ୍ଠ ବିଜେଡ଼ି ନେତାମାନେ ଉପସ୍ଥିତ ଥିଲେ । ଆଦିବାସୀ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ନୂତନ କାଡର଼୍ ବଂଟନ କରିଥିଲେ ।
ଚିକିତ୍ସା ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ନହେବା ପାଇଁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ରୋଗୀମାନଙ୍କୁ ଉଭୟ ସରକାରୀ ଓ ବେସରକାରୀ ହସପିଟାଲରେ ଚିକିତ୍ସା ବାବଦରେ ଅର୍ଥ ପ୍ରଦାନ କରାଯାଇପାରିବ । ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଏହାର ପରିବର୍ଦ୍ଧିତ ଯୋଜନା ସଂକ୍ରାନ୍ତରେ ଘୋଷଣା କରିଥିଲେ । ରାଜ୍ୟର ସାଢେ଼ ୩ କୋଟି ଲୋକଙ୍କର ଚିକିତ୍ସା ପାଇଁ ସ୍ମାର୍ଟ ହେଲଥକାର୍ଡ ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା । ଘୋଷଣାର ମାତ୍ର ୫ ଦିନ ମଧ୍ୟରେ ନବୀନ କାଡର଼୍ ବଂଟନର ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ କାଡର଼୍ ବଂଟନ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ ସାଧାରଣ ଲୋକଙ୍କ ପାଇଁ ୫ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ମିଳିପାରିବ ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ହସପିଟାଲରେ ଚିକିତ୍ସା ପାଇଁ କିଏ ସୁନା ଗହଣା ବିକ୍ରି କରିଥା’ନ୍ତି ତ କିଏ ଉଧାର ଆଣିଥା’ନ୍ତି । କିନ୍ତୁ ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ସହ ଯେଭଳି ଅର୍ଥାଭାବରୁ କେହି ଚିକିତ୍ସା ସୁବିଧାରୁ ବଂଚିତ ନହୁଅନ୍ତି ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରାଯାଇଛି । ଓଡିଶାରେ ଚିକôିସା ପାଇଁ ଟଙ୍କା ଅଭାବରେ କାହାର ଜୀବନ ନଯାଉ ଓ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସେପ୍ଟମ୍ବର ୧ରୁ କାର୍ଡ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ।
Powered by Froala Editor