ଦେବୀଙ୍କ ନାମରେ ରଖନ୍ତୁ ଝିଅର ନାମ, ଝିଅ ହେବ ଦୈବିକ ଗୁଣର ଅଧିକାରୀ

ସେ ଝିଅ ହେଉ କିମ୍ବା ପୁଅ, ଶିଶୁଟି ଜନ୍ମ ହେବା ପରେ ପିତାମାତା ମାନେ ତାର ନାଁ କଣ ରଖିବେ ବୋଲି ଚିନ୍ତାରେ ପଡିଯାଆନ୍ତି । ଏଥିପାଇଁ ସେମାନେ ସବୁଠୁ ସୁନ୍ଦର ନାଁ ଖୋଜିଥାନ୍ତି । ପିତାମାତା ମାନେ ଅନେକ ୱେବସାଇଟ, ଅନେକ ବହିରେ ନାଁ ଖୋଜିଥାନ୍ତି କିନ୍ତୁ ମିଳିନଥାଏ । ଯଦି ଆପଣ ଝିଅ ଶିଶୁଙ୍କ ନାମ ଦେବୀଙ୍କ ନାମ ଅନୁସାରେ ରଖନ୍ତି, ତେବେ ଅନେକ ଶୁଭଫଳ ମିଳିଥାଏ । ତେବେ ଯଦି ଆପଣ ଝିଅର ନାମ ‘ଅ’ ରେ ରଖିବାକୁ ଚାହୁଁଛନ୍ତି,
ଆର୍ଯ୍ୟା: ଏହା ମା ଦୁର୍ଗାଙ୍କ ନାମ । ଯଦି ଆପଣ ‘ଅ’ ଆଦ୍ୟବର୍ଣ୍ଣ ଓ ଦୁର୍ଗାଙ୍କ ଭଳି ଗୁଣ ଚାହୁଁଛନ୍ତି, ତେବେ ଆପଣ ଏହି ନାମ ରଖିଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ ।
ଆଶିର୍ଯ୍ୟା: ଏହି ନାମର ମାନେ ଭଗବାନଙ୍କ ଭୂମିରୁ ଆସିଛି ।
ଆଦ୍ୟା: ଏହି ନାମଟି ଅତ୍ୟନ୍ତ ପ୍ରଭାବଶାଳୀ ନାମ । ଏହା ମା ଦୁର୍ଗାଙ୍କ ୧୦୮ ନାମ ଭିତରୁ ଗୋଟିଏ । ଏହି ନାମର ମହତ୍ତ୍ୱ ହେଉଛି ରବିବାର ଦିନ ଜନ୍ମ ହୋଇଥିବା ଶିଶୁ ।
ଅପର୍ଣ୍ଣା: ଏହା ମା ପାର୍ବତୀଙ୍କ ଅନ୍ୟ ନାମ । ଏହା ଶକ୍ତି, ସାହସ, ପ୍ରେମ, ଦୟାର ପ୍ରତୀକ ।
ଅନ୍ୱିତା: ଏହି ନାମଟି ମାନେ ହେଉଛି ସର୍ବଶକ୍ତିମାନ ।
ଆରାଧ୍ୟା: ଏହି ନାମର ଅର୍ଥ ଦେବୀଙ୍କ ଝିଅ ଅଟେ । ତେଣୁ ଏହି ନାମ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ଅନାଇସା ନାମର ମାନେ ସୁଖ, ପ୍ରେମ ଓ ଧନର ଦେବୀ ।
ସେହିପରି ‘ଭ’ ଅକ୍ଷରର ନାମ ମଧ୍ୟରୁ ଭାଗ୍ୟଶ୍ରୀ, ଭାରତୀ, ଭାର୍ଗବୀ ଓ ବ ଆଦ୍ୟବର୍ଣ୍ଣ ନାମ ଗୁଡିକ ମଧ୍ୟରୁ ବ୍ରାହ୍ମୀ, ବୃନ୍ଦା ଆଦି ନାମକୁ ଝିଅର ନାମ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ ।
Powered by Froala Editor