ଏସଡିଜେଏମ କୋର୍ଟଙ୍କ ରାୟକୁ ଅନୁଭବଙ୍କ ଚ୍ୟାଲେଞ୍ଜ
କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଦେଖାଦେଇଥିବା ବୈବାହିକ ବିବାଦର ଆପୋଷ ସାମଧାନ କରିବାକୁ ଯେତେ ଉଦ୍ୟମ କରାଯାଉଥିଲେ ହେଁ ସବୁ ଫେଲ ମାରୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏସଡିଜେଏମ କୋର୍ଟଙ୍କ ରାୟକୁ ଅନୁଭବ ମହାନ୍ତି ଚ୍ୟାଲେଞ୍ଜ କରିଛନ୍ତି । ଏସଡିଜେଏମ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ଜିଲ୍ଲା ଜଜ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଯେ, ବର୍ଷା ପୂର୍ବରୁ ପାରିବାରିକ ହିଂସା ନେଇ ଏସଡିଜେଏମଙ୍କ କୋର୍ଟ ଯାଇଥିଲେ । ମାମଲାର ପରବର୍ତ୍ତୀ ହିଂସାକୁ ଯୋଡ଼ିବାକୁ ବି ଆବେଦନ କରିଥିଲେ । ଏସଡିଜେଏମ କୋର୍ଟ ବର୍ଷାଙ୍କ ଉକ୍ତ ପିଟିସନକୁ ଗ୍ରହଣ କରିଥିଲେ ।