ବାରମ୍ବାର ଫେସିଆଲ କରୁଥିଲେ ସାବଧାନ
ସମସ୍ତେ ଚାହାଁନ୍ତି ସୁନ୍ଦର ତ୍ୱଚା । କାରଣ ସୁନ୍ଦର ତ୍ୱଚା ହିଁ ମନକୁ ସକରାତ୍ମକତା ଆଣିଥାଏ । ଏଥିପାଇଁ ଅଧକାଂଶ ଯୁବତି ଓ ମହିଳା ମାନେ ଅନେକ ଉପାୟ ଆପଣାଇଥାନ୍ତି । ପ୍ରାୟତଃ ସୁନ୍ଦରତା ପାଇଁ ମାର୍କେଟରୁ ବିଭିନ୍ନ ପ୍ରକାର ବୁ୍ୟଟି ପ୍ରଡକ୍ଟର କିଣି ବ୍ୟବହାର କରିଥାନ୍ତି । ଅନେକ ମହିଳା ଘରେ ହେଉକି ବାହାରେ ହେଉ ଅନେକ ସମୟରେ ଫେସିଆଲ କରିଥାନ୍ତି ଯାହା ମୁହଁ ଉପରେ ଏକ ଖରାପ ପ୍ରଭାବ ପକାଇଥାଏ ଓ ତ୍ୱଚାରୁ ଚମକ କମି ଯାଇଥାଏ ।
- ଫେସିଆଲ କରିବା ସମୟରେ ମୁହଁକୁ ସ୍କ୍ରବ କରାଯାଏ । ତେଣୁ ତ୍ୱଚାରେ ବାରମ୍ବାର ସ୍କ୍ରବ କରିବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ସହିତ ଲାଲ ପଡି ଯାଇଥାଏ ।
-ଅନେକଙ୍କ ତ୍ୱଚାକୁ ଫେସିଆଲରେ ବ୍ୟବହାର କରାଯାଉଥିବା କ୍ରିମ୍ ସୁଟ କରିନଥାଏ । ଏଥିପାଇଁ ତ୍ୱାଚାରେ ଇନ୍ଫେକ୍ସନ ଭଳି ସମସ୍ୟା ଉପୁଜିଥାଏ ।
-ବାରମ୍ବାର ଫେସିଆଲ କରିବା ଦ୍ୱାରା ତ୍ୱଚା ପତଳା ହୋଇ ଯାଇଥାଏ ଓ ଆଲର୍ଜି ହେବାର ଅଧିକ ଆଶଙ୍କା ରହିଥାଏ ।
-ତେଣୁ ସର୍ବଦା ନିୟମିତ ବ୍ୟବଧାନରେ ଫେସିଆଲ କରିବା ଉଚିତ୍ । ନଚେତ୍ ଏହା ଆପଣଙ୍କ ତ୍ୱଚାକୁ ଖରାପ କରି ଦେଇପାରେ ।
Powered by Froala Editor