ମାଲିକାଣୀଙ୍କୁ ନାଗ ମୁହଁରୁ ବଂଚାଇଲା ୧୦ ମାସର କୁକୁର ଛୁଆ
ଭୁବନେଶ୍ୱର : ମାଲିକ ପାଇଁ କୁକୁରର ବଳିଦାନ କିଛି ନୂଆ କଥା ନୁହେଁ । କିନ୍ତୁ ମାତ୍ର ୧୦ ମାସର ଛୁଆ କୁକୁରଟିଏ ମାଲିକାଣୀଙ୍କୁ ନାଗ ମୁହଁରୁ ବଞ୍ଚାଇବାକୁ ଯାଇ ନିଜକୁ ବଳି ପକାଇବା ଏକ ଦୁଃଖଦ ଘଟଣା ନିଶ୍ଚୟ । ସୋମବାର ପୋଖରୀପୁଟସ୍ଥିତ କେଶରୀ ଭିଲ୍ଲାରେ ଘଟିଥିବା ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସୂଚନାନୁସାରେ ୨୪ ନମ୍ବର ପ୍ଲଟରେ ରହୁଥିବା ମିନତୀ ପାଳଙ୍କ ଘରକୁ ସୋମବାର ଅପରାହ୍ନ ପ୍ରାୟ ୩ ଟା ବେଳେ ଏକ ବିଶାଳ ନାଗ ପଶି ଆସିଥିଲା । ମିନତୀଙ୍କୁ ଦେଖି ନାଗଟି ଫଣା ଟେକି ଗର୍ଜନ କରିବାରୁ ସେ ବିକଳରେ ପାଟି କରିଥିଲେ । ତାଙ୍କ ଚିକôାର ଶୁଣି ଘର ଭିତରୁ ୧୦ ମାସର ପୋଷା କୁକୁର ‘ଜେଡି’ ଝପଟି ଆସିଥିଲା । ମିନତୀ କିଛି କହିବା ପୂର୍ବରୁ ଜେଡି ନାଗକୁ କାମୁଡ଼ି ବାହାରକୁ ଫୋପାଡ଼ି ଦେଇଥିଲା । ସେତିକିରେ ଜେଡିର ରାଗ ଥମିନଥିଲା । ପୁଣି ନାଗ ପାଖକୁ ଧାଇଁ ଯାଇ କାମୁଡ଼ି ପକାଇଥିଲା । ନାଗଟି ବି ନିଜକୁ ବଞ୍ଚାଇବାକୁ ଯାଇ ଜେଡିକୁ ବାରମ୍ବାର ଦଂଶନ କରିଥିଲା । ପ୍ରାୟ ଅଧ ଘଣ୍ଟାର ଲଢେ଼ଇ ପରେ ନାଗଟି ମରି ଯାଇଥିଲା । ଜେଡି ମଧ୍ୟ ସାପ ଦଂଶନରେ ମୁର୍ମୂଷ ଅବସ୍ଥାକୁ ଆସି ଯାଇଥିଲା । ତୁରନ୍ତ ଜେଡିକୁ ସହିଦନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା, ହେଲେ ସେତେବେଳକୁ ଜେଡି ଆଉ ନଥିଲା ।
Powered by Froala Editor