ନବୀନଙ୍କ ସଭାରେ ଅତିଥି ସାଜିଲେ ଝାଡୁଦାର
ଭୁବନେଶ୍ବର: ନବୀନଙ୍କ ସଭାରେ ଅତିଥି ସାଜିଲେ ଝାଡୁଦାର ମହିଳା । ହଁ ଆଜ୍ଞା କଥାଟା ଶୁଣିବାକୁ ଟିକେ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ନିତିଦିନ ସକାଳୁ ଉଠିଲେ ସହରର ସଫାସୁତୁରା କରିବା ପାଇଁ ବାହାରି ଯାଉଥିଲେ ସହରର ସଫା ସୁତୁରା କରିବାକୁ । କିନ୍ତୁ ସେ ଆଜି ରାଜ୍ୟସ୍ତରୀୟ ସ୍ବାଧୀନତା ସମାରୋହରେ ଅତିଥି ମାନଙ୍କ ଗହଣରେ ମଧ୍ୟ ବସିଥିଲେ । ଯାହା ସେମାନଙ୍କ ପାଇଁ ଦିନେ ସ୍ବପ୍ନ ଥିଲା । ବଡ ବଡ ବାବୁ ନେତା ମନ୍ତ୍ରୀଙ୍କ ଗହଣରେ ପ୍ରଥମ ଥର ଏପରି ଆତିଥ୍ୟ ପାଇଥିଲେ ବିଏମସିର ଏହି ଦୁଇ ଝାଡୁଦାର ମହିଳା ସତ୍ୟଭାମା ନାୟକ ,ଜୟନ୍ତି ନାୟକ ।
ଆଜି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅତିଥି, ନିତିଦିନ ସହର ଝାଡୁ କରୁଥିବା ମହିଳାଯେତେବେଳେ ସଭା ସ୍ଥଳକୁ ନିଜ ବେଶ ଭୁଷାରେ ପ୍ରବେଶ କରୁଥିଲେ । ସେତେବେଳେ ଦାୟିତ୍ଵରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ସଭାସ୍ଥଳକୁ ପାଛୋଟି ନେଉଥିଲେ । ଯାହାକୁ ନେଇ ବିଏମସିର ଏହି ଦୁଇ ମହିଳା ଖୁସିରେ ଵିଭୋର ହୋଇପଡିଥିଲେ । କହିଥିଲେ ନିତିଦିନ ସକାଳୁ ଉଠିଲେ ବାପୁଜି ନଗର ପାଖରେ ଝାଡୁ କରୁ । ଆଜି କିନ୍ତୁ ଅତିଥି ହୋଇ ଆସିଥିବାରୁ ବହୁତ ଖୁସି ଲାଗୁଛି । ତେବେ କେବଳ ବିଏମସିର ସଫେଇ କର୍ମଚାରୀ ନୁହନ୍ତି । ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ଓ ପୋଲିସର କର୍ମଚାରୀମାନେ ମଧ୍ୟ ପ୍ରମୁଖ କରୋନା ଯୋଦ୍ଧା ଭାବେ ରାଜ୍ୟସ୍ତରୀୟ ସମାରୋହରେ ଅତିଥି ଭାବରେ ଯୋଗ ଦେଇଥିଲେ ।
Powered by Froala Editor