କରଣଙ୍କ ହାତ ଧରିଲେ ଅନିଲ କପୁରଙ୍କ ଝିଅ ରୀୟା

ଅନିଲ କପୁରଙ୍କ ଝିଅ ତଥା ସୋନମ କପୁରଙ୍କ ଭଉଣୀ ରୀୟା କପୁର ବିବାହ କରିଛନ୍ତି । ରୀୟା କରଣ ବୁଲାନିଙ୍କ ହାତ ଧରିଛନ୍ତି । କରଣ ବୁଲାନୀ ଜଣେ ଫିଲ୍ମ ନିର୍ମାତା ଭାବେ ଜଣାଶୁଣା । ଏପର୍ଯ୍ୟନ୍ତ କରଣ ୫୦୦ରୁ ଅଧିକ ବିଜ୍ଞାପନ କରିଛନ୍ତି । ଏହା ପୂର୍ବରୁ ରୀୟା କପୁରଙ୍କ ଦ୍ୱାରା ନିର୍ମିତ ଫିଲ୍ମ ଆୟେଶ ଏବଂ ୱେକ୍ ଅପ ସିଡିରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଛନ୍ତି । ଉଭୟ ପ୍ରାୟ ଦୀର୍ଘ ୧୩ ବର୍ଷ ଧରି ରିଲେସନସିପ୍ରେ ରହିଥିଲେ । ବର୍ତ୍ତମାନ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରୀୟା କପୁର ଓ କରଣ ବୁଲାନୀଙ୍କ ବିବାହରେ କେବଳ ପରିବାର ଏବଂ ସାଙ୍ଗମାନଙ୍କ ବ୍ୟତୀତ କେବଳ ଅଳ୍ପ କିଛି ଅତିଥି ସାମିଲ ହୋଇଥିଲେ ।
Powered by Froala Editor