ଓଜନ କମାଇବାକୁ ଚାହୁଁଥିଲେ ଖାଆନ୍ତୁ ଡାଲି-ଭାତ

ଓଜନ କମାଇବା ଏବଂ ପତଳା ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ କିଏ ଯୋଗ କରେ ତ ଆଉ କିଏ ଜିମ ଯାଏ। ସେହିପରି ପତଳା ହେବା ପାଇଁ ଅନେକ ଲୋକେ ଡାଏଟ ମଧ୍ୟ ଫଲୋ କରନ୍ତି । ଖାଦ୍ୟ ଛାଡି କେବଳ ଗ୍ରୀନ ସାଲଡ ଏବଂ ଜୁସ୍ ପିଅନ୍ତି। କେବଳ ସେତିକି ନୁହେଁ ଅନେକ ଲୋକେ ଭାତ-ଡାଲି ବଦଳରେ ରୁଟି ଖାଇବା ଆରମ୍ଭ କରିଦିଅନ୍ତି। ଭାତ-ଡାଲି ଖାଇଲେ ଓଜନ ବଢ଼ିଯାଏ ବୋଲି ଲୋକେ ଭାବନ୍ତି, କିନ୍ତୁ ଏହା ଭୁଲ ଧାରଣା। ସଠିକ ଢ଼ଙ୍ଗରେ ଏବଂ ଠିକ ଉପାୟରେ ଭାତ ଡାଲି ଖାଇଲେ ଓଜନ କମିପାରିବ। ଏହାକୁ ଆପଣ ଚାହିଁଲେ ନିଜ ଡାଏଟରେ ମଧ୍ୟ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା ଭାତ-ଡାଲିକୁ କିଭଳି ନିଜ ଡାଏଟ ସାମିଲ କଲେ ଓଜନ କମିବ।
– ଅଧିକାଂଶ ଲୋକ ଭାବନ୍ତି ଯଦି ସେମନେ ଭାତ-ଡାଲି ଖାଇବେ ତେବେ ସେମାନଙ୍କ ଓଜନ ବଢ଼ିଯିବ। ଏହା ଏକ ସାଧାରଣ ଖାଦ୍ୟ। ପ୍ରାୟ ସମସ୍ତଙ୍କ ଘରେ ଡାଲି-ଭାତ ତିଆରି ହୁଏ। ଏହାକୁ ଏକା ସହ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ।
-ଡାଲିରେ ପ୍ରୋଟିନର ମାତ୍ରା ଭରପୁର ରହିଛି ଏବଂ ଚାଉଳରେ କାର୍ବୋହାଇଡ୍ରେଟ୍। ଯେତେବେଳେ ଡାଲି ଏବଂ ଭାତକୁ ଆପଣ ଏକା ସହ ଖାଇବେ, ସେତେବେଳେ ଆପଣଙ୍କ ଶରୀରକୁ କାର୍ବୋହାଇଡ୍ରେଟ୍ ସହ ଅନେକ ଆବଶ୍ୟକୀୟ ଭିଟାମିନ ମିଳିପାରିବ। ଡାଲି ଏବଂ ଭାତ ଶରୀରରେ ହଜମ ପ୍ରକ୍ରିୟାକୁ ଠିକ ରଖେ। ତେଣୁ ଏହାକୁ ଖାଇଲେ ଓଜନ ବଢ଼େ ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
Powered by Froala Editor