ଭିମସାରରେ ୨ ଶିଶୁଙ୍କୁ କରୋନା
ସମ୍ବଲପୁର: ତୃତୀୟ ଲହରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ କହୁଥିବାବେଳେ ବୁର୍ଲା ବଡ଼ ଡାକ୍ତରଖାନାରେ ୨ ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ୮ ମାସ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୫ ବର୍ଷ ହୋଇଛି। ଭୀମସାର ଅଧୀକ୍ଷକ ଡା. ଲାଲମୋହନ ନାୟକ ଏହି ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ଉଭୟ ଶିଶୁ ଅସୁସ୍ଥତା ଯୋଗୁଁ ଭୀମସାରରେ ଭର୍ତ୍ତି ହୋଇଥିଲେ। ମାତ୍ର ଆଣ୍ଟିଜେନ୍ ଟେଷ୍ଟରେ ଉଭୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୀମସାର୍ କୋଭିଡ୍-୨ରେ ଉଭୟଙ୍କ ଚିକିତ୍ସା ଚାଲିଛି।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ତଳମୁହାଁ ଥିବା ବେଳେ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜ୍ୟ ସରକାର। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଥିବା ବେଳେ ସେମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ଟ୍ରେନିଂ ଦିଆଯାଉଛି। ଏଥିସହ ଭିତ୍ତିଭୂମିର ବିକାଶ ସହ ଯୁଦ୍ଧକାଳୀନ ଭିତ୍ତିରେ ଆଇସିୟୁ ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
Powered by Froala Editor