ମହାତ୍ମାଗାନ୍ଧୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଁ ଆମେରିକା ସଂସଦରେ ପୁଣି ଥରେ ପ୍ରସ୍ତାବ ଆଗତ
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବାକୁ ଆମେରିକା ସଂସଦରେ ପୁଣି ଥରେ ପ୍ରସ୍ତାବ ଆଗତ ହୋଇଛି । ନ୍ୟୁୟର୍କର ଜଣେ ସାଂସଦ ଏପରି ପ୍ରସ୍ତାବ ଆଗତ କରିଛନ୍ତି। ଗାନ୍ଧିଜୀ ସାରା ଜୀବନ ଶାନ୍ତି ଓ ଅହିଂସା ଉପରେ କାମ କରୁଥିବାରୁ ତାଙ୍କୁ ଆମେରିକା ସର୍ବୋଚ୍ଚ ବେସାମରିକ ସମ୍ମାନ Congressional Gold Medalରେ ସମ୍ମାନିତ କରିବାକୁ ସାଂସଦ ଜଣଙ୍କ ପ୍ରସ୍ତାବ ରଖିଛନ୍ତି। ଏଭଳି ହେଲେ ଆମେରିକା କଂଗ୍ରେସର ସ୍ୱର୍ଣ୍ଣ ପଦକ ପାଇବାରେ ମହାତ୍ମା ଗାନ୍ଧି ପ୍ରଥମ ଭାରତୀୟ ହେବେ । ଏହା ପୂର୍ବରୁ ଏହି ସମ୍ମାନ ଜର୍ଜ ଓ୍ୱାଶିଂଟନ୍, ନେଲସନ୍ ମଣ୍ଡେଲା, ମାର୍ଟିନ୍ ଲୁଥର କିଙ୍ଗ ଜୁନିୟର, ମଦର ଟେରେସାଙ୍କୁ ମିଳି ସାରିଛି ।
ଆମେରିକାର ପ୍ରତିନିଧି ସଭାରେ ନ୍ୟୁୟର୍କର କଂଗ୍ରେସ ସଦସ୍ୟ କାରୋଲିନ ବି ମେଲୋନି ପ୍ରସ୍ତାବ ଆଗତ କରି କହିଛନ୍ତି, “ମହାତ୍ମା ଗାନ୍ଧିଙ୍କ ଐତିହାସିକ ସତ୍ୟାଗ୍ରହ ଗୋଟିଏ ଦେଶ ଓ ସମଗ୍ର ବିଶ୍ୱକୁ ପ୍ରେରଣା ଯୋଗାଇଛି। ତାଙ୍କର ଏହି ପଦକ୍ଷେପ ଆମକୁ ଅନ୍ୟମାନଙ୍କ ସେବାରେ ଉତ୍ସର୍ଗ କରିବାକୁ ପ୍ରେରଣା ଯୋଗାଇଥାଏ। ଜାତିଗତ ସମାନତା ପାଇଁ ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିୟରଙ୍କ ଅଭିଯାନ ହେଉ କିମ୍ବା ନେଲସନ ମଣ୍ଡେଲାଙ୍କ ବର୍ଣ୍ଣବୈଷମ୍ୟ ଲଢ଼େଇ ହେଉ, ସାରା ବିଶ୍ୱ ଗାନ୍ଧିଙ୍କ ଠାରୁ ପ୍ରେରଣା ପାଇଛି।
Powered by Froala Editor