ଭଲ ଖବର, ଆସନ୍ତା ମାସରେ ଲଞ୍ଚ ହେବ ସ୍ପୁଟନିକ୍ ଲାଇଟ୍ ଟିକା
ନୂଆଦିଲ୍ଲୀ: ଭାରତର ଟିକାକରଣ କାର୍ଯ୍ୟକ୍ରମ ଖୁବଶୀଘ୍ର ତ୍ୱରାନ୍ୱିତ ହେବାକୁ ଯାଉଛି । ଭାରତରେ ତିଆରି ହେଉଥିବା ରୁଷୀୟ ସ୍ପୁଟନିକ୍ ଲାଇଟ୍ ଟିକା ଆସନ୍ତା ମାସରେ ଲଞ୍ଚ ହେବ । ଏହି ଟିକା ହେଉଛି ଏକ ଡୋଜ୍-ବିଶିଷ୍ଟ । ପାନାସିଆ ବାୟୋଟେକ୍ ଏହି ଟିକାର ଜରୁରି ବ୍ୟବହାର ପାଇଁ ଅନୁମୋଦନ ଦେବା ନିମନ୍ତେ ଭାରତର ଔଷଧ ନିୟାମକ ଡିଜିସିଆଇକୁ ଆବେଦନ କରିଛି । ତେବେ ପ୍ରାରମ୍ଭିକ ଅବସ୍ଥାରେ ଏହି ଟିକା ଅଳ୍ପ ସଂଖ୍ୟାରେ ଉପଲବ୍ଧ ହେବ । ଏହାର ଦାମ୍ ୭୫୦ ଟଙ୍କା ରହିବ ବୋଲି ଆଶା କରାଯାଉଛି । ପାନାସିଆ ବାୟୋଟେକ ରୁଷିଆର ସ୍ପୁଟନିକ ଭି ଟିକା ଭାରତରେ ଲଞ୍ଚ କରିବା ପାଇଁ ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ୍ (ଆରଡିଆଇଏଫ)ର ଅଂଶୀଦାର ହୋଇଛି । ବର୍ଷକୁ ୧୦୦ ନିୟୁତ ଡୋଜ ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଏକକ-ଡୋଜ ଟିକା ୯୭.୬ ପ୍ରତିଶତ ସଫଳ ବୋଲି ପୂର୍ବରୁ କରାଯାଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା ।
Powered by Froala Editor