ଆମେରିକୀୟ ଦୂତାବାସରେ କ୍ରେନ୍ ଓଲଟି ୨ ଶ୍ରମିକ ମୃତ

ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସରେ ବଡ ଦୁର୍ଘଟଣା ଘଟିଛି। ଦୂତାବାସ ଭିତରେ ଚାଲିଥିବା ନିର୍ମାଣ କାମ ବେଳେ ଗୋଟିଏ କ୍ରେନ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ଜଣେ ଶ୍ରମିକ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଥାଉତି, ଦୂତାବାସରେ ନିକଟରେ ନିର୍ମାଣ ଧୀନ କୋଠା କାର୍ଯ୍ୟ ଚାଲିଥିଲା । ୩ ଜଣ ଶ୍ରମିକ କ୍ରେନ ନିକଟରେ ଛିଡ଼ା ହୋଇ କାମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । କାମ ଚାଲିଥିବା ବେଳେ ସମୟରେ କ୍ରେନଟି ଅଚାନକ ଓଲଟିପଡ଼ିଥିଲା । ଫଳରେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ୩୨ ବର୍ଷୀୟ କାଞ୍ଚନ ଓ ୩୨ ବର୍ଷୀୟ ବାବୁଲାଲ। ଘଟଣାରେ ଆହତ ୩୩ ବର୍ଷୀୟ ମୁକେଶଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଶୁକ୍ରବାର ଦିନ ପ୍ରାୟ ୨.୩୦ରେ ଚାଣକ୍ୟପୁରୀ ଥାନାକୁ ଘଟଣା ସମ୍ପର୍କରେ ଫୋନ ଆସିଥିଲା। ଖବର ପାଇଁ ପୁଲିସ୍ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ କରିଥିଲା। କ୍ରେନ କେମିତି ଖସିଲା ଓ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା କି ନାହିଁ, ତା’ର ଯାଞ୍ଚ କରୁଛି ପୁଲିସ୍ ।
Powered by Froala Editor