ଦୈନିକ ସଂକ୍ରମଣ ୧୦ ଗୁଣା ବୃଦ୍ଧି, ବୁଷ୍ଟର ଡୋଜକୁ ମଂଜୁରି

ୱାସିଂଟନ : ସର୍ବାଧିକ ସଂକ୍ରାମକ ଡେଲଟା ପ୍ରଜାତି ପାଇଁ ଆମେରିକାରେ ଭୟଙ୍କର ସ୍ଥିତି ଉପୁଜିଛି । ଆମେରିକାରେ ଦୈନିକ ସଂକ୍ରମଣ ମାମଲା ଏବେ ୧୦ ଦିନ ହେଲା ୧ ଲକ୍ଷରୁ ଅଧିକ ରହୁଥିବାରୁ ସ୍ୱାସ୍ଥ୍ୟସେବାରେ ସଙ୍କଟ ଦେଖାଦେଇଛି । ଜୁନ ତୁଳନାରେ ଦୈନିକ ସଂକ୍ରମଣ ମାମଲାରେ ୧୦ ଗୁଣା ବୃଦ୍ଧି ଘଟିବା ଆମେରିକା ପ୍ରଶାସନ ପାଇଁ ଘୋର ଚିନ୍ତାର କାରଣ ହୋଇଛି । ୧ ଲକ୍ଷ ୩୨ ହଜାର ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବାପରେ ସରକାର ବୁଷ୍ଟର ଡୋଜକୁ ମଂଜୁରି ଦେଇଛନ୍ତି । ଦେଶର ୯୦ ପ୍ରତିଶତ ଅଂଚଳରେ ସଂକ୍ରମଣ ବଢ଼ୁଛି ଏବଂ ସରକାର ନୂଆ କଟକଣା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆମେରିକାରେ ସମସ୍ତ ନୂଆ ମାମଲାର କାରଣ ଡେଲଟା ବୋଲି ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) କହିଛି । ରିପୋର୍ଟ ଅନୁସାରେ, ହସ୍ପିଟାଲରେ ପ୍ରତିଦିନ ପ୍ରାୟ ୧୨ ହଜାର କୋଭିଡ ରୋଗୀ ଭର୍ତ୍ତି ହେଉଛନ୍ତି । ଶିଶୁଙ୍କ ପାଇଁ ମଧ୍ୟ କୋଭିଡ ଆଇସିୟୁ ବେଡ ଅଭାବ ଦେଖାଦେଇଛି ।
Powered by Froala Editor