ଆଜି ମହାନଦୀ ଜଳ ବିବାଦ ଶୁଣାଣି
ନୂଆଦିଲ୍ଲୀ : ଆଜି ମହାନଦୀ ଜଳ ବିବାଦ ଟ୍ରିବୁ୍ୟନାଲରେ ୨୨ତମ ଶୁଣାଣି ହେବ । ମହାନଦୀ ଅବବାହିକା ସଂକ୍ରାନ୍ତ ବିଭିନ୍ନ ତଥ୍ୟ ପ୍ରମାଣ ଓ ଦସ୍ତାବିଜ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼କୁ ଯୋଗାଇ ଦେବାକୁ ଗତ ଶୁଣାଣି ବେଳେ ଟ୍ରିବୁ୍ୟନାଲ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ନିଦେ୍ର୍ଧଶ ଦେବା ସହିତ ଶେଷ ସୁଯୋଗ ଦେଇଥିଲେ । ଦସ୍ତାବିଜ ଯୋଗାଇବାରେ ବିଫଳ ହେଲେ ଅନ୍ତଃ ରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଧାରା ୯ ଆଧାରରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ମଧ୍ୟ ଦେଇଥିଲେ । ମିଳିଥିବା ସୂଚନାରୁ ଜଣାପଡ଼ିଛି, କେନ୍ଦ୍ରୀୟ ସଂସ୍ଥାମାନଙ୍କ ପକ୍ଷରୁ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼କୁ ସଂପୂର୍ଣ୍ଣରୂପେ ନଥିପତ୍ର ଯୋଗାଇ ଦିଆଯାଇନାହିଁ । ଯାହାକୁ ନେଇ ଦୁଇ ରାଜ୍ୟ ମିଳିତ ଭାବେ ଟ୍ରିବୁ୍ୟନାଲଙ୍କୁ ଅବଗତ କରାଇବେ ବୋଲି ଜଣାପଡ଼ିଛି । ତଦନୁସାରେ ଟ୍ରିବୁ୍ୟନାଲ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ କାର୍ଯ୍ୟନୁଷ୍ଠାନ ସୂରୂପ ସମନ ଜାରି କରିବାର ସମ୍ଭାବନା ରହିଛି । ଅପରପକ୍ଷେ, ଟ୍ରିବ୍ୟୁନାଲଙ୍କୁ ଆଜିର ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ ପରସ୍ପର ମଧ୍ୟରେ ନିଜ ନିଜର ନଥିପତ୍ର ଓ ଦସ୍ତାବିଜର ଆଦାନପ୍ରଦାନର ସ୍ଥିତି ସଂପର୍କରେ ମଧ୍ୟ ସୂଚିତ କରାଇବେ । ଅନ୍ତରୀଣ ବ୍ୟବସ୍ଥା ପାଇଁ ଆପୋଷ ଆଲୋଚନା ଏବେବି ଦୁଇ ରାଜ୍ୟ ଜାରି ରଖିଛନ୍ତି । ଏହାର ସ୍ଥିତି ମଧ୍ୟ ଶୁଣାଣିରେ ଦୁଇ ରାଜ୍ୟ ଟ୍ରିବୁ୍ୟନାଲଙ୍କୁ ଜଣାଇବେ ବୋଲି ଜଣାପଡ଼ିଛି ।
Powered by Froala Editor