ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଗଷ୍ଟ ୧୫ରେ ଦେଶ ପାଳିବ ୭୫ ତମ ସ୍ବାଧୀନତା ଦିବସ ।
ଆଜି(ଶନିବାର) ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମ୍ବୋଧନରେ ସେ ଦେଶ ତଥା ଜାତି ଉଦ୍ଦେଶ୍ୟରେ ନିଜର ବାର୍ତ୍ତା ରଖିବେ । ଚଳିତବର୍ଷ ଦେଶ ପାଳନ କରିବ ୭୫ତମ ସ୍ବାଧୀନତା ଦିବସ ।୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଦେଶ ସ୍ବାଧୀନ ହୋଇଥିଲା । ଦେଶକୁ ସ୍ବାଧୀନ କରିବା ପାଇଁ ପ୍ରାଣବଳି ଦେଇଛନ୍ତି କେତେ ସ୍ବାଧୀନତା ସଂଗ୍ରାମୀ, ଇଂରେଜ ବିରୋଧରେ ଲଢି ଶହୀଦ ହୋଇଛନ୍ତି ଲକ୍ଷ ଲକ୍ଷ ବୀର ପୁରୁଷ ।ଚଳିତ ବର୍ଷ ଦେଶରେ ୭୫ ତମ ସ୍ବାଧୀନତା ଦିବସ ଅବସରରେ ଭାରତ ସରକାର ପାଳନ କରୁଛନ୍ତି ସ୍ବାଧୀନତାର ଅମୃତ ମହୋତ୍ସବ । ଏହି ଅବସରରେ ଦେଶରେ ବିଭିନ୍ନ କୋଣ ଅନୁକୋଣରେ ପାଳନ କରାଯାଉଛି ବିଭିନ୍ନ କାର୍ୟ୍ୟକ୍ରମ । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ।
Powered by Froala Editor