ରୂପି ସମସ୍ୟାରୁ ପାଆନ୍ତୁ ମୁକ୍ତି
ସୁନ୍ଦର କେଶ ସମସ୍ତଙ୍କ ପସନ୍ଦ । କିନ୍ତୁ କେଶ ମୂଳରେ ରୂପି ସମସ୍ୟା ଯୋଗୁଁ କେଶର ମୂଳ ଦୁର୍ବଳ ହୋଇଥାଏ ଓ କେଶ ମାତ୍ରାଧିକ ଭାବେ ଝଡିଥାଏ । ଅନେକ ଲୋକ ଏହାକୁ ନେଇ ଚିନ୍ତାରେ ପଡି ଯାଆନ୍ତି । କାରଣ ରୂପି ହେବା ଦ୍ୱାରା ମୁଣ୍ଡ ଜୋରରେ କୁଣ୍ଡାଇ ହେବା, ମୁଣ୍ଡରେ ଘାଆ ହେବା ଭଳି ସମସ୍ୟା ଦେଖା ଦେଇଥାଏ । ତେବେ ଏଥିରୁ ମୁକ୍ତ ପାଇବା ପାଇଁ ଅନେକ ସହଜ ଉପାୟ ଅଛି,
- ଯଦି ଆପଣଙ୍କ ରୂପି ସମସ୍ୟା ଦେଖା ଯାଉଛି ତେବେ ଆପଣ କେଶ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ।
- ସର୍ବଦା ଅଳ୍ପ କେମିକାଲଯୁକ୍ତ ଆଣ୍ଟି ଫଙ୍ଗଲ ଶାମ୍ପୁ ବ୍ୟବହାର କରିବା ଉଚିତ୍ ।
- ମୁଣ୍ଡ ଶାମ୍ପୁ କରିବା ପୂର୍ବରୁ କେଶ ମୂଳରେ ଲେମ୍ବୁ ଘଷିବା ଓ କ୍ଷୀର ଲଗାଇବା ଦ୍ୱାରା ଏହି ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳିଥାଏ ।
-କଞ୍ଚା ଅଣ୍ଡାକୁ ମୁଣ୍ଡରେ ଲଗାଇବା ଦ୍ୱାରା ଏହି ସମସ୍ୟା କମ୍ ହୋଇଥାଏ ।
-ଅଧିକ ରୂପି ହୋଇଥିଲେ ସପ୍ତାହକୁ ୩ ଥର ଶାମ୍ପୁ କରି ଧୁଅନ୍ତୁ । ଓଦା କେଶକୁ ଅଧିକ ସମୟ ବାନ୍ଧି ରଖନ୍ତୁ ନାହିଁ ।
Powered by Froala Editor