ପୋଲିସ ବେଶରେ ପଶିପାରନ୍ତି ଖଲିସ୍ତାନୀ ସମର୍ଥକ: ଲାଲ କିଲ୍ଲା ସୁରକ୍ଷାରେ ଲାଗିଲା ଆଣ୍ଟି ଡ୍ରୋନ୍ ସିଷ୍ଟମ୍
ସ୍ବାଧୀନତା ଦିବସ ପାଇଁ ଲାଲ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଇ ଦିଆଯାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୂସାରେ, ଲାଲ କିଲ୍ଲାରେ ଏଥର ଆଣ୍ଟି ଡ୍ରୋନ୍ ସିଷ୍ଟମ ଲଗାଯାଇଛି। ଜାମ୍ମୁକାଶ୍ମୀରରେ ଲଗାତାର ଡ୍ରୋନ୍ ଦେଖାଯିବା ପରେ ଲାଲ କିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଡ୍ରୋନ୍ ଭୟ ଥିବା ଜଣାପଡ଼ିଛି । ପୂରା ଲାଲ କିଲ୍ଲାରେ ୩୫୦ କ୍ୟାମେରା ଲାଗିଥିବା ବେଳେ ଏହାକୁ ୨୪ ଘଣ୍ଟା ମନିଟର କରିବାକୁ ଦୁଇଟି ପୋଲିସ କଂଟ୍ରୋଲ୍ ରୁମ୍ ରହିଛି । ୫୦୦୦ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ବେଳେ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି । ସେପଟେ ସ୍ବାଧୀନତା ଦିବସରେ ପୋଲିସ ବେଶରେ ଲାଲ କିଲ୍ଲାରେ ଖଲିସ୍ତାନୀ ସମର୍ଥକ ପ୍ରବେଶ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଆକ୍ସନ ମୁଡ୍କୁ ଆସିଛି । ପୋଲିସ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଲଗାତାର ଗୁଇନ୍ଦା ରିପୋର୍ଟ ମିଳିବା ପରେ ଲାଲ କିଲ୍ଲାରେ ଏନଏସଜି ସ୍ନିପର, ସ୍ବାଟ୍ କମାଣ୍ଡୋ, କାଇଟ୍ ଧରିବା ମେସିନ୍, କାନାଇନ୍ ୟୁନିଟ୍ ଏବଂ ସାର୍ପ ସୁଟର ସାମିଲ ହୋଇଛନ୍ତି ।
Powered by Froala Editor