ଭ୍ୟାକସିନ୍ କକ୍ଟେଲ୍କୁ ପୁନୱାଲାଙ୍କ ବିରୋଧ : ଦୁଇଟି ଅଲଗା ଅଲଗା ଡୋଜ ନେବା ଠିକ୍ ହେବନି
କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଅଧ୍ୟକ୍ଷ ସାଇରସ୍ ପୁନାଓ୍ବାଲା ଭ୍ୟାକସିନ୍ କକ୍ଟେଲ୍କୁ ବିରୋଧ କରିଛନ୍ତି । ପୁନାୱାଲା କହିଛନ୍ତି ଯେ, ଦୁଇଟି ଅଲଗା ଅଲଗା ଟିକା ନେବା ଠିକ୍ ହେବନି। ଯଦି ଏଭଳି ଟିକା ନେବା ପରେ କିଛି ନକାରାତ୍ମକ ପ୍ରଭାବ ପଡ଼ିବ ତାହେଲେ ଟିକା ନିର୍ମାତା ପରସ୍ପର ମଧ୍ୟରେ ଦୋଷ ଖୋଜିବା ଆରମ୍ଭ କରିବେ। ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।
ନିକଟରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଭାରତରେ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକା ମିଶ୍ରଣ ଉପରେ ଅଧ୍ୟୟନ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହାପରେ ପୁନାଓ୍ୱାଲା ଏପରି ମତ ରଖିଛନ୍ତି। ଡିସିଜିଆଇ ଦେଇଥିବା ଅଧ୍ୟୟନରେ ୩୦୦ ଲୋକ ସାମିଲ ଅଛନ୍ତି। ଆନ୍ଧ୍ରପ୍ରଦେଶ ସ୍ଥିତ ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ଏପରି ଅଧ୍ୟୟନ କରାଯିବ। ଏହି ଅଧ୍ୟୟନର ଉଦ୍ଦେଶ୍ୟ ହେଉଛି ଟିକାକରଣ ବେଳେ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଭିନ୍ନ ଟିକା ଦିଆଯାଇପାରିବ କି ନାହିଁ ତାହା ଆକଳନ କରାଯିବ। ଗୋଟିଏ କୋଭିଶିଲ୍ଡର ଡୋଜ୍ ଏବଂ ଅନ୍ୟଟି କୋଭାକ୍ସିନକୁ ନେଇ ଏହି ପରୀକ୍ଷା ହେବ।
କିନ୍ତୁ ସାଇରସ୍ ପୁନାୱାଲା କହିଛନ୍ତି ଏଭଳି କରିବାର ଆବଶ୍ୟକତା ନାହିଁ। ଯଦି କିଛି ଭୁଲ ହୁଏ, ତେବେ ଉଭୟ ଟିକାର ନିର୍ମାତା ମଧ୍ୟରେ ଦୋଷ ଖୋଳାଖୋଳି ଆରମ୍ଭ ହୋଇଯିବ।
Powered by Froala Editor