ସ୍କ୍ରାପିଂ ପଲିସି ଘୋଷଣା କଲେ ସରକାର: ଗାଡ଼ି ଅନଫିଟ୍ ଥିଲେ କବାଡ଼ିଖାନାକୁ ଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଓଟୋମୋବିଲ୍ ସ୍କ୍ରାପିଂ ପଲିସିର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଅନଫିଟ ବାହାନକୁ ବୈଜ୍ଞାନିକ ପ୍ରକ୍ରିୟାରେ ହଟାଇବାରେ ଏହି ନୀତି ବଡ ଭୂମିକା ଗ୍ରହଣ କରିବ। ଏହି ନୀତି ଦେଶର ବିକାଶ ଯାତ୍ରାରେ ଏକ ମାଇଲ ଖୁଣ୍ଟ ହେବ। ଏଥିରେ ଯୁବ ବର୍ଗ ଏବଂ ଷ୍ଟ୍ରାର୍ଟଅପ୍ କମ୍ପାନୀ ଯୋଗ ଦେବାକୁ ସେ ଆହ୍ୱାନ କରିଛନ୍ତି। ଗୁଜରାଟରେ ଚାଲିଥିବା ଏକ ଇନଭେଷ୍ଟମେଣ୍ଟ ସମ୍ମିଳନୀରେ ଯୋଗ ଦେଇ ମୋଦି ଏହା କହିଛନ୍ତି। ଏହି ସ୍କ୍ରାପିଂ ନୀତି ଦ୍ୱାରା ଦେଶରେ ନୂଆ ରୋଜଗାର ସୃଷ୍ଟି ହେବ ଏବଂ ଷ୍ଟ୍ରାର୍ଟଅପ୍ କମ୍ପାନୀ ଲାଭବାନ ହୋଇପାରିବ ବୋଲି ସେ କହିଛନ୍ତି। ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଓ ଗୁଜୁରାଟ ସରକାର ଏହି ସମ୍ମିଳନୀ ଆୟୋଜନ କରିଛନ୍ତି। ଗୁଜୁରାଟର ଗାନ୍ଧିନଗର ଠାରେ ଏହି ସମ୍ମିଳନୀ ଚାଲିଛି।
ଫିଟନେସ୍ ଟେଷ୍ଟ ଓ ସ୍କ୍ରାପିଂ ସେଣ୍ଟର ସଂପର୍କିତ ଏହି ନିୟମ ୨୦୨୧ ଅକ୍ଟୋବର ୧ରୁ ଲାଗୁ ହେବ। ସରକାରୀ ଓ ପିଏସୟୁ ସହ ଜଡିତ ୧୫ ବର୍ଷ ପୁରୁଣା ଗାଡିକୁ ସ୍କ୍ରାପ୍ କରିବାର ନିୟମ ୨୦୨୨ ଏପ୍ରିଲ ୧ରୁ ଲାଗୁ ହେବ। କମର୍ସିଆଲ ଯାନବାହାନ ପାଇଁ ଜରୁରୀ ଫିଟନେସ୍ ଟେଷ୍ଟିଂ ସଂପର୍କିତ ନିୟମ ୨୦୨୩ ଏପ୍ରିଲ ୧ରୁ ଲାଗୁ ହେବ। ଏହା ବ୍ୟତୀତ ସାଧାରଣ ବାହାନ ପାଇଁ ଏହି ନିୟମ ୨୦୨୪ ଜୁନ ୧ରୁ ପର୍ଯ୍ୟାୟକ୍ରମେ ଲାଗୁ ହେବ।
ଆସନ୍ତୁ ଜାଣିବା କଣ ଏହି ସ୍କ୍ରାପେଜ୍ ପଲିସି :
ନୂତନ ସ୍କ୍ରାପେଜ ପଲିସି ଅନୁଯାୟୀ, ସ୍କ୍ରାପିଂ ନୀତି ଦ୍ୱାରା ୨୦ ବର୍ଷରେ ଘରୋଇ ଗାଡ଼ି ଏବଂ ୧୫ ବର୍ଷ ପରେ ବ୍ୟବସାୟିକ ଗାଡ଼ି ଅନ୍ ଫିଟ୍ ବୋଲି ଘୋଷିତ ହେବ। ନୂତନ ନିୟମରେ ସ୍ପଷ୍ଟ କୁହାଯାଇଛି ଯେ, କାର ମାଲିକଙ୍କୁ ସମୟ ସମୟରେ ନିଜର କାରକୁ ଅଟୋମେଟେଡ୍ ଫିଟନେସ୍ ସେଣ୍ଟର କିମ୍ବା ରେଜିଷ୍ଟର୍ଡ ହ୍ଵିକିଲ୍ ସ୍କ୍ରାପିଂ ଫେସିଲିଟି(ଆରଭିଏସଏଫ)ରେ ଯାଇ ଯାଞ୍ଚ କରାଇବାକୁ ପଡିବ। ଏଠାରେ ଇଞ୍ଜିନ, ଟ୍ରାନ୍ସମିଶନ, ବଡି ପରି ବସ୍ତୁର ଫିଟନେସ୍ ଟେଷ୍ଟ କରାଯିବ। ଟେଷ୍ଟର ରେଜଲ୍ଟକୁ ଦେଖି ସ୍ଥିର କରାଯିବ ଯେ, କାର ସ୍କ୍ରାପିଂ ହେବ କି ନାହିଁ। ଏହି ଅବଧି ପରେ ଯଦି ଜଣେ ଗାଡି ମାଲିକ ବ୍ୟବହାର କରିବେ, ତା’ହେଲେ ତାଙ୍କୁ ଗାଡ଼ିର ଫିଟନେସ ବ୍ୟବହାର କରିବାକୁ ହେବ। କାରର ମାଲିକଙ୍କୁ ଜରୁରୀ କାଗଜପତ୍ର ଯେପରିକି ବୀମା, ପଞ୍ଜୀକରଣ ସାର୍ଟିଫିକେଟ୍, ପାନ କାର୍ଡ, ଆଧାରକାର୍ଡ ଆଦି ଦେଖାଇବାକୁ ପଡିବ। ଯଦି ଆପଣଙ୍କ କାର କବାଡିଖାନାକୁ ଯାଏ ତେବେ ଆପଣଙ୍କୁ କିଛି ଟଙ୍କା ମଧ୍ୟ ମିଳିବ।
Powered by Froala Editor