ବ୍ୟାଡମିଣ୍ଟନ ଖେଳାଳିଙ୍କୁ ବିବାହ କରିବେ ତାମିଲ ଷ୍ଟାର୍ ବିଷ୍ଣୁ
ତାମିଲ ଫିଲ୍ମ ସୁପରଷ୍ଟାର ବିଷ୍ଣୁ ବିଶାଲ ଏବଂ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏହି ମାସ ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନଙ୍କ ଫ୍ୟାନ୍ସମାନଙ୍କ ସହ ଏହି ସୂଚନା ସେୟାର କରିଛନ୍ତି । ବିଷ୍ଣୁ ବିଶାଲ ଟ୍ୱିଟରରେ ବିବାହ କାର୍ଡ ସେୟାର କରି ଲେଖିଛନ୍ତି, “ଜୀବନ ହେଉଛି ଏକ ଯାତ୍ରା … ଏହାକୁ ଆଲିଙ୍ଗନ କର … ବିଶ୍ୱାସ ରଖ ଏବଂ ଆଗକୁ ବଢ … ଆପଣଙ୍କ ଭଲପାଇବା ଏବଂ ସମର୍ଥନ ସବୁଥର ପରି ଆବଶ୍ୟକ ।” ଏଥି ସହିତ ଜ୍ୱାଲା ଏବଂ ବିଶାଲ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସମାରୋହ ହେବ । ଯେଉଁଥିରେ କେବଳ ପରିବାର ଏବଂ ନିକଟତର ସମ୍ପର୍କୀୟଙ୍କୁ ଅନ୍ତର୍ଭୁକ୍ତ କରାଯିବ । ବିଷ୍ଣୁ ବିଶାଲା ଏବଂ ଜ୍ୱାଲା ଗୁଟ୍ଟା ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ । ଗତ ମାସରେ, ବିଷ୍ଣୁ କହିଥିଲେ ଯେ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଶେଷରେ ବିଷ୍ଣୁ ତାଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି ।