ଚିନ୍ତା ବଢାଉଛି କୋଟିଆର ନୂଆ ବିବାଦ

ଓଡିଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ସୀମାକୁ ନେଇ ବିବାଦ ଚାଲଥିବା ବେଳେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚିତ ଗଂଜେଇପଦରର ସରପଞ୍ଚ କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି । ସେ କୋଟଆ ଅଞ୍ଚଳର ସମସ୍ତ ଗ୍ରାମର ଝିଅମାନଙ୍କ ପାଇଁ ସାଲୁର ନିକଟ ପି-କୋନାବାଲାସା ଠାରେ ଥିବା ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି । ଏ ସଂପର୍କରେ ଜିଲ୍ଲାପାଳଙ୍କ କକ୍ଷରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାଙ୍ଗି ବିଡିଓଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଦିବାସୀ ସମାଜ ସମ୍ପାଦକ କହିଛନ୍ତି କୋଟଆର କୁଇ ଭାଷା ଭିତ୍ତିକ ଶିକ୍ଷକ ନିୟୋଜିତ କରିବା ଆବଶ୍ୟକତା ରହିଛି । କୋଟିଆର ବହୁ ଲୋକ ତେଲୁଗୁ ଭାଷା ସହ ଅଭ୍ୟସ୍ଥ ଥିବାରୁ ଏହାର ଫାଇଦା ନେଇ ସବୁ ଗାଁରେ ତେଲୁଗୁ ଫଳକ ଲଗାଇବ ବୋଲି ନିଷ୍ପତ୍ତି ନେଇଛି ଆନ୍ଧ୍ର । ଓଡିଆ ଭିଟାମାଟିରେ ପାଦ ପକାଇ ବର୍ତ୍ତମାନ ଭାଷାଭିତ୍ତିକ ଦଖଲ ପାଇଁ ଆନ୍ଧ୍ର ତିଆରି କରିଛି ବ୍ଲୁ ପ୍ରିଣ୍ଟ । ବିବାଦୀୟ କୋଟିଆ ଗ୍ରମପୁଞ୍ଜକୁ ନେଇ ସୁପ୍ରିମ କୋର୍ଟରେ ଲଢେଇ ଜାରି ରହିଥିବା ସତ୍ତ୍ୱେ ଗତ ଫେବୃୟାରୀ ଓ ଏପ୍ରିଲରେ କୋଟଆରେ ପଶି ପଞ୍ଚାୟତ ନିର୍ବାଚନ ସାରି ଦେଇଛି ଆନ୍ଧ୍ର । ଏଥିରେ ଓଡିଶା ସରକାର ତପôରତା ଦେଖାଇ ନିର୍ବାଚନ ପୂର୍ବଦିନ ସର୍ବଦଳୀୟ ବୈଠକରେ କୋଟିଆରେ କେହିବି ପ୍ରବେଶ କରିପାରିବେ ନାହିଁ ବୋଲି ନିଷ୍ଫତ୍ତି ନେଇଥିଲେ । ତଥାପି ସରକାରୀ ଯୋଜନା ମାଧ୍ୟମରେ ଆକୃଷ୍ଟ କରି କୋଟିଆ ଅଞ୍ଚଳର ଲୋକଙ୍କୁ ଆନ୍ଧ୍ର ନିଜ ଆଡକୁ ଆକର୍ଷିତ କରୁଥିବା ସୂଚନା ମିଳିଛି ।
Powered by Froala Editor