ଏମାନେ ଖାଆନ୍ତୁ ନାହିଁ ପିଜୁଳି
କୁହାଯାଏ ଦିନକୁ ଗୋଟିଏ ପିଜୁଳି ଖାଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ଏହା ଏକ ପୁଷ୍ଟିକର ଫଳ ବୋଲି ବିବେଚନା କରାଯାଏ । ଗୋଟିଏ ପିଜୁଳିରେ ୧୧୨ କ୍ୟାଲୋରୀ, ୨୩ ଗ୍ରାମ କାର୍ବୋହାଇଡ୍ରେଟ୍, ୯ ଗ୍ରାମ ଫାଇବର ଓ ଅଳ୍ପ ଷ୍ଟାର୍ଚ ରହିଥାଏ । ଏଥିରେ ଫାଇବର ଅଧିକ ପରିମାଣରେ ରହିଥିବା ବେଳେ କ୍ୟାଲୋରୀ କମ ରହିଥାଏ । ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ କିନ୍ତୁ ଯଦି ଆପଣ ଏହାକୁ ଅଧିକ ଖାଇଥାନ୍ତି ଏହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ କିନ୍ତୁ ଏହା ଅନେକଙ୍କ ପାଇଁ ବାରଣ ମଧ୍ୟ ହୋଇଥାଏ । ଯେପରି ଇରିଟେବଲ ବାଉଲ ସିଣ୍ଡ୍ରୋମରେ ପିଡିତ ଥିବା ବ୍ୟକ୍ତି ପିଜୁଳି ଖାଇବାଠୁ ଦୂରେଇ ରହିବା ଭଲ । ସେହିପରି ପିଜୁଳିର ବ୍ୟବହାର ଦ୍ୱାରା ରକ୍ତରେ ସୁଗାର ଲେବଲ ହ୍ରାସ ପାଇଥାଏ । ତେଣୁ ଯଦି ମଧୁମେୟ ସମସ୍ୟା ରହିଛି ଓ ଆପଣ ଅତ୍ୟଧିକ ପିଜୁଳି ଖାଉଛନ୍ତି, ତେବେ ଆପଣ ରକ୍ତରେ ସୁଗାର ଲେବଲ ଯାଞ୍ଚ କରିବା ଜରୁରୀ ଅଟେ । ଏହା ସହତ ଯେଉଁମାନେ ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି କିମ୍ବା ଅସ୍ତ୍ରୋପଚାର ହୋଇଛି ତେବେ ପିଜୁଳି ଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଅସ୍ତ୍ରୋପଚାର ସମୟରେ ଅଧିକ ରକ୍ତ ନଷ୍ଟ ହୋଇପାରେ କିମ୍ବା ବିପି ଅନିୟନ୍ତ୍ରିତ ହେବାର ସମ୍ଭାବନା ଥାଏ ।
Powered by Froala Editor