ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଉଭୟ ମହିଳା ଓ ପୁରୁଷ ୪ ହକି ତାରକାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଲିମ୍ପିକ୍ସରେ ସଫଳତା ପରେ ୪ ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା, ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ୨.୫ କୋଟି ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହ ରାଜ୍ୟ ପୁଲିସ ବିଭାଗରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଉପ ଅଧିକ୍ଷକ)ଭାବରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ଖେଳାଳୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।
ଟୋକିଓ ଅଲିମ୍ପିକ୍ସିରେ ଭାରତୀୟ ମହିଳା ହକି ଦଳର ଦୀପ ଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।ସେମି ଫାଇନାଲରେ ପ୍ରବେଶ କରିବା ଏବଂ ଭାରତୀୟ ହକିରେ ଇତିହାସ ସୃଷ୍ଟି କରିବାରେ ମହିଳା ଦଳର ଉସôାହଜନକ ସଂଗ୍ରାମକୁ ସେ ପ୍ରଂଶସା କରିଛନ୍ତି । ସେମାନଙ୍କ ପ୍ରଦର୍ଶନକୁ ପ୍ରଂଶସା କରିବା ସହ ସେମାନଙ୍କର କଠିନ ପରିଶ୍ରମ ଜାରି ରଖିବାକୁ ଏବଂ ଦେଶକୁ ଅଧିକ ପୁରସ୍କାର ଆଣିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି । ଭବିଷ୍ୟତରେ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
Powered by Froala Editor