ସ୍ୱାଧୀନତା ଦିବସ ପାଇଁ ଗୀତ ଗାଇଲେ ଟାଇଗର

ଷ୍ଟାଇଲିଷ୍ଟ ଷ୍ଟଣ୍ଟ ଆଉ ଆକ୍ସନକୁ ନେଇ ଟାଇଗର ଶ୍ରଫ୍ଙ୍କ ଫ୍ୟାନ୍ ଓ ଫଲୋଅର୍ସ ଅଧିକ । ନିକଟରେ ସେ ସ୍ୱାଧୀନତା ଦିବସ ପାଇଁ ଏକ ଦେଶାତ୍ମବୋଧକ ଗୀତ ରେକର୍ଡିଂ କରିଛନ୍ତି । ଯାହାକି ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ପାରିଛି । ତେବେ ଏଥିରେ ବିଶେଷ କଥା ହେଉଛି ଯେ, ସେ ଏହି ଗୀତକୁ ନିଜେ ଗାଇଛନ୍ତି । ୧୦ ଅଗଷ୍ଟରେ ଏହି ଗୀତ ରିଲିଜ ହେବ ।
ଟାଇଗର ଶ୍ରଫ ନିଜ ଇନଷ୍ଟାଗ୍ରାମରେ ଏହି ସଂଗୀତ ବିଷୟରେ ସୂଚନା ଦେଇ ଏକ ଭିଡିଓ ଶେଆର୍ କରିଛନ୍ତି । ଭିଡିଓରେ ଟାଇଗରଙ୍କ ସ୍ୱରରେ ବନ୍ଦେ ମାତରମ ଗୀତ ଶୁଣାଯାଉଛି, ଯାହା ଖୁବ୍ ଭଲ ମଧ୍ୟ ଲାଗୁଛି । ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ସେ ଏଭଳି ଗୀତ ଗାଇବାକୁ ପ୍ରାୟସ କରିଛନ୍ତି । ସେ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ ନିଜର ପ୍ରଥମ ସିଙ୍ଗଲ ଗୀତ ବନ୍ଦେ ମାତରମ ଶେଆର୍ କରିବା ସହ ଉତ୍ସାହିତ ଏବଂ ନର୍ଭସ ମଧ୍ୟ ଲାଗୁଛି । ବନ୍ଦେ ମାତରମ କେବଳ ଏକ ଗୀତ ନୁହେଁ, ଏହା ଏକ ଭାବନା ଯାହାଦ୍ୱାରା ଭାରତର ସ୍ୱତନ୍ତ୍ରତାକୁ ମନେ ପକାଯାଏ ।
Powered by Froala Editor