୧୬ରୁ ଲଘୁଚାପ
ଭୁୁବନେଶ୍ୱର: ଆସନ୍ତା ୩-୪ ଦିନ ପର୍ୟ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ୧୧ ଓ ୧୨ ତାରିଖ ବେଳକୁ ଟ୍ରପଲାଇନ୍ ପ୍ରଭାବରେ ୧୦ରୁ ୧୨ ତାରିଖ ପର୍ୟ୍ୟନ୍ତ ଉତ୍ତର ଓ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୬ ତାରିଖରୁ ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉ୍ତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ମାତ୍ର ଏହାର ରୂପରେଖ ନେଇ ମଡେଲଗୁଡିକ ଭିତରେ ସହମତି ନାହିଁ । କିଛି ମଡେଲ୍ ଅନୁସାରେ ଏହା ୧୬ ତାରିଖ ବେଳକୁ ସଂଗଠିତ ହେବ । ଏହା ପୁରୀରୁ ଗୋପାଳପୁର ଭିତରେ ଅବସ୍ତଇତ ରହିବ । ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଆନ୍ଧ୍ର ଓ ତେଲେଙ୍ଗାନା ଆଡକୁ ଯିବ । ଏହି ଲଘୁଚାପ ପ୍ରଭାବରେ ଓଡିଶାରେ କମ୍ ବର୍ଷା ହେବ ଏବଂ ଆନ୍ଧ୍ରରେ ପ୍ରବଳ ବର୍ଷା ହେବ ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦର ସାହୁ ପୂର୍ବାନୁମାନ କରିଚନ୍ତି ଯେ, ୧୦ରୁ ୧୨ ତାରିଖ ମଧ୍ୟରେ ଟ୍ରପ ଲାଇନ୍ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୬ରୁ ଲଘୁଚାପ ହେବ ବୋଲି ସେ ଆକଳନ କରିଛନ୍ତି । ସେପଟେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୩ରୁ ୪ ଦିନ ପର୍ୟ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ ।
Powered by Froala Editor