ଦିଲ୍ଲୀ ବିମାନବନ୍ଦରକୁ ବୋମା ମାଡ଼ ଧମକ
ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରକୁ ଧମକପୂର୍ଣ୍ଣ ଇମେଲ ଆସିବା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦିଲ୍ଲୀ ପୁଲିସକୁ ଇ-ମେଲ ଜରିଆରେ ଆତଙ୍କବାଦୀ ସଂଗଠନ ଅଲକାଏଦା ଏଭଳି ଧମକ ଦେଇଛି।
ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ india.212@protonmail.comରେ ଏହି ଇ-ମେଲ୍ ଆସିଥିଲା। ଏହାର ସବଜେକ୍ଟରେ ଲେଖିଥିଲା, ‘ ଆତଙ୍କବାଦୀ ସଂଗଠନ ଅଲକାଏଦା ତରଫରୁ ଆଇଜିଆଇ ବିମାନ ବନ୍ଦର ଉପରେ ବୋମା ମାଡ ଷଡଯନ୍ତ୍ର’। ଏକ ଦମ୍ପତିଙ୍କ ନାଁରେ ଏହି ଧମକ ଆସିଛି। ଆଗାମୀ ୩ଦିନ ମଧ୍ୟରେ ଅଲ କାଏଦାର ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ନେଇ ସତର୍କ ସୂଚନା ଦିଆଯାଇଛି । ଆଇଜିଆଇ ପୁଲିସ ଷ୍ଟେସନ ଏୟାରଲାଇନ୍ସ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର (ଏଓସିସି) କୁ ସୂଚନା ଦେଇଛି ଯେ, କୁଖ୍ୟାତ ଆତଙ୍କବାଦୀ କରଣବୀର ସୁରି ଓରଫ ମହମ୍ମଦ ଜଲାଲ ଏବଂ ତା’ର ପତ୍ନୀ ଶୈଳୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ୩ ଦିନ ମଧ୍ୟରେ ଆଇଜିଆଇ ଉପରେ ବୋମା ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ।
ଏହାକୁ ଆଖି ଆଗରେ ରଖି ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମସ୍ତ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଛି। ଏହା ସହିତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ବିମାନବନ୍ଦରର ସମସ୍ତ ଟର୍ମିନାଲରେ ଆଣ୍ଟି ସାବୋଟେଜ୍ ଯାଞ୍ଚ ଆରମ୍ଭ ହୋଇଛି। ବିମାନ ବନ୍ଦରକୁ ଆସସୁଥିବା ଯାନବାହାନଗୁଡିକ ଯାଞ୍ଚ କରାଯାଉଛି ଏବଂ କ୍ରମାଗତ ଭାବରେ ପେଟ୍ରୋଲିଂ ମଧ୍ୟ ଜାରି ରହିଛି।
Powered by Froala Editor