ଭିଜିଲାନ୍ସ ଜାଲରେ ପ୍ରାଣୀଧନ ଚିକିତ୍ସା ଅଧିକାରୀ
ନୂଆପଡ଼ା: ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ ଗିରଫ । ୨ଲକ୍ଷ ୭୭ ହଜାର ଟଙ୍କା ନେଇ ଚାରିଚାକିଆ ଗାଡି ଯୋଗେ ନିଜ ଗ୍ରାମକୁ ଯାଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ନୂଆପଡାରେ ଦିନକୁଦିନ ଦୁର୍ନୀତି ଅନ୍ୟାୟ ଲାଞ୍ଚ କାରବାର ବୃଦ୍ଧି ପାଉଥିବାବେଳେ ଭିଜିଲାନ୍ସ ବିଭାଗ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି ।
ଗତକାଲି(ଶନିବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହକାରୀ କିରାଣି ପ୍ରତିମା ଦାସ ୧୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଡିଥିବାବେଳେ, ଆଜି ପୁଣି ଭିଜିଲାନ୍ସ ହାତରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ ଧରାପଡିଛନ୍ତି । ଶ୍ରୀ ଧଳଙ୍କଠାରୁ ୨ଲକ୍ଷ ୭୭ହଜାର ଟଙ୍କା ନୂଆପଡା କଳାହାଣ୍ଡି ଭିଜିଲାନ୍ସ ଜବତ କରିଛି
Powered by Froala Editor