ନବୀନ ନିବାସ ଆଗରେ ସୌମ୍ୟଙ୍କ ପରିବାର ଲୋକଙ୍କ ଆତ୍ମହୂତି ଚେତାବନୀ
ଖଇରା: ପାରଳାଖେମୁଣ୍ଡିର ସରକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟର ୨୬ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ଅଭିଯୋଗ ଆଣି ପରିବାର ଲୋକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ନବୀନ ନିବାସ ଆଗରେ ସୌମ୍ୟଙ୍କ ପରିବାର ଲୋକେ ଆତ୍ମହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ନ୍ୟାୟ ଦାବିରେ ସୌମ୍ୟଙ୍କ ବାପା ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ ସମେତ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଜଙ୍ଗଲ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ସହିତ ବନଖଣ୍ଡ ଅଧିକାରୀଙ୍କୁ ନିଲମ୍ବନ କଲେ ସବୁ ତଥ୍ୟ ମିଳିପାରିବ । ମନ୍ତ୍ରୀ ଓ ବନଖଣ୍ଡ ଅଧିକାରୀଙ୍କ ଉପରେ ତଳିଆ କର୍ମଚାରୀ ତଥ୍ୟ ପ୍ରକାଶ କରିପାରୁନାହାନ୍ତି ବୋଲି ବାପା ଅଭିରାମ ମହାପାତ୍ର ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତର ଚାର୍ଜସିଟ ଦେବା ପରେ ଆମେ ନ୍ୟାୟ ପାଇବା ପାଇଁ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ସୌମ୍ୟ ସମସ୍ତଙ୍କର ପୁଅ, ତାକୁ ନ୍ୟାୟ ଦେବା ପାଇଁ ସମସ୍ତେ ବାହାରନ୍ତୁ ବୋଲି ସୌମ୍ୟଙ୍କ ମା ତୁଳସୀ ମହାପାତ୍ର ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ।
Powered by Froala Editor