ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ଫୁଲବାଣୀ: ଗୋଟିଏ ପଟେ ମାଓବାଦୀମାନେ ବର୍ବରକାଣ୍ଡ ଭିଆଇ ଚାଲିଥିବା ବେଳେ ଅନ୍ୟ ପଟେ ଦିନକୁ ଦିନ ବହୁ ମାଓବାଦୀ ସଙ୍ଗଠନ ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି । ଏହାରି ଭିତରେ ପୁଣି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କେକେବିଏନ ଡିଭିଜନର ମହିଳା ମାଓବାଦୀ କାନ୍ତି ମଲ୍ଲିକ ଆତ୍ମସମର୍ପଣ କରିଛନ୍ତି । ସେ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । କାନ୍ତି ୨୦୧୮ରୁ ମାଓବାଦୀଙ୍କ ପାର୍ଟି ମେମ୍ବର ଭାବେ କାମ କରୁଥିଲେ ।
ପ୍ରକାଶ ଯେ, ନିକଟରେ ପୁଲିସ ଡିଜି ଅଭୟ ମାଓବାଦୀଙ୍କୁ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।
Powered by Froala Editor