ଏଣିକି ଆନ୍ଧ୍ର ଅଧିକାରୀଙ୍କୁ ମାଡ଼ ହେବ, କାହିଁକି ଜାଣନ୍ତୁ
ପଟାଙ୍ଗି: କୋଟିଆ ବିବାଦର ସମାଧାନ ପନ୍ଥା ବାହାରି ପାରୁନି । ଓଡ଼ିଶା ମଧ୍ୟକୁ ବାରମ୍ବାର ଆନ୍ଧ୍ର ଅନୁପ୍ରବେଶ କରୁଛି । ସୀମାନ୍ତବାସୀଙ୍କ ହଟାହଟା କରୁଛି ଆନ୍ଧ୍ର । ଗତ କିଛି ଦିନ ତଳେ ଆନ୍ଧ୍ରର କେତେ ଜଣ ରାଜନୈତିକ ଓ ସରକାରୀ ଅଧିକାରୀ କୋଟିଆର ତଳ ଗଞ୍ଜାଇପଦର, ଧୂଳିପଦର, ଆରଜୁବାଲସା ଔ କୋଟିଆରେ ପହଞ୍ଚି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ । ଏହା ଜଣାପଡ଼ିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଯଦି ଆନ୍ଧ୍ର ଅଧିକାରୀ ପୁଣି ଅନୁପ୍ରବେଶ କରନ୍ତି, ତାହା ହେଲେ ପ୍ରଥମେ ମାଡ଼ ହେବ ବୋଲି ବିଧାୟକ ଶ୍ରୀ ପାଢ଼ୀ ଚରମବାଣୀ ଶୁଣାଇଥିଲେ । ଆନ୍ଧ୍ର ସରକାରଙ୍କ ପକ୍ଷରୁ ତଳଗଞ୍ଜେଇ ପଦର ଗ୍ରାମରେ ସାଲୁର ବିଧାୟକ ଓ ସରକାରୀ କର୍ମଚାରୀ ପହଞ୍ଚି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରହିଥିବା ଶୁଣି ପଟାଙ୍ଗି ବିଧାୟକ ତୁରନ୍ତ କୋଟିଆ ଗସ୍ତରେ ବାହାରିଥିଲେ । କୋଟିଆ ପଞ୍ଚାୟତକାର୍ଯ୍ୟାଳୟ ସମ୍ମୁଖରେ ଜଗି ବସିଥିଲେ । ଖବର ପାଇ ଆନ୍ଧ୍ର କାର୍ଯ୍ୟକ୍ରମ ଭଣ୍ଡୁର ହୋଇଯାଇଥିବା ଜଣାପଡ଼ିଛି । ଆନ୍ଧ୍ର ଅଧିକାରୀ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ ।
Powered by Froala Editor