୪ନମ୍ବର ମାଛ ମାର୍କେଟ୍ ସିଲ
ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସପ୍ତାହାନ୍ତ ସଟଡାଉନ ବି ଜାରି କରିଛନ୍ତି । ତେବେ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ସପ୍ତାହାନ୍ତ ସଟଡାଉନକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି । ଯେଉଁଥି ପାଇଁ ବିଏମସିର ଟିମ ଚଢଉ କରି ଉକ୍ତ ସ୍ଥାନକୁ ସିଲ କରୁଛି । ଏହାରି ଭିତରେ ୪ ନଂ ମାଛ ମାର୍କେଟକୁ ସିଲ କରାଯାଇଛି ।
। କୋଭିଡ କଟକଣା ଉଲ୍ଲଂଘନ କରିଥିବାରୁ ସିଲ କଲା ବିଏମସି । ସଟଡାଉନରେ ମାଛ ମାର୍କେଟରେ ପ୍ରବଳ ଭିଡ଼ ଜମିଥିଲା । ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ୪ନମ୍ବର ମାଛ ମାର୍କେଟ୍ ସିଲ କଲା ବିଏମସି । ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ମାଛ ମାର୍କେଟ । ବାରମ୍ବାର ତାଗିଦ ସତ୍ତ୍ୱେ ଅବମାନନା ଅଭିଯୋଗ । ମାଛ ବଜାର ସିଲ୍ କରାଯିବାର ନେଇ ସୂଚନା ଦେଇଛନ୍ତି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ।
Powered by Froala Editor