ବର୍ଷକୁ ଓଡ଼ିଶାରେ ଖାଉଛନ୍ତି ୧୨୨.୩୬ ମେଟ୍ରିକ ଟନ୍ ଖାସି ମାଂସ
ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ପଞ୍ଚମ ଦିନ। ଲଗାତାର ତିନି ଦିନ ଧରି ଗୃହରେ ଚାଲିଥିବା ହଟ୍ଟଗୋଳ ପରେ ସ୍ୱାଭାବିକ ଚାଲିଛି ଗୃହ କାର୍ଯ୍ୟ।
ବର୍ଷକୁ ଓଡ଼ିଶାରେ ଖାଉଛନ୍ତି ୧୨୨.୩୬ ମେଟ୍ରିକ ଟନ୍ ଖାସି ମାଂସ। ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ। ରାଜ୍ୟରେ ୬୩.୯୪ ଲକ୍ଷ ଛେଳି ପାଳନ କରାଯାଉଥିବା ସୂଚନା ଦେଇଛନ୍ତି। ବର୍ଷକୁ ୯ ଲକ୍ଷ ୪୬ ହଜାର ମେଟ୍ରିକ ଟନ ମାଛ ଖାଉଛନ୍ତି ଓଡ଼ିଶାବାସୀ। ବର୍ଷକରେ ୧୬୪ ମେଟ୍ରିକ ଟନ୍ କୁକୁଡା ମାଂସ ଉତ୍ପାଦନ ହେଉଥିବା ସୂଚନା ଦେଇଛନ୍ତି। ବର୍ଷକରେ ୪୧ ହଜାର ୯୩ ଲକ୍ଷ ଅଣ୍ଡା ଓଡ଼ିଶା ଲୋକ ଖାଉଛନ୍ତି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।
Powered by Froala Editor