ଏଥର ସୀମା ଡେଇଁଲେ ମାଡ଼ ଚେତାବନୀ
ନନ୍ଦପୁର: ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଅନୁପ୍ରବେଶ ବଢ଼ିବାରେ ଲାଗିଛି । ସୀମାନ୍ତବାସୀଙ୍କୁ ନାନା ପ୍ରଲୋଭନ ଦେଖାଇ ପଡ଼ିଶା ଦୌରାତ୍ମ୍ୟ ଦେଖାଉଛି । ଏଣୁ ଅନୁପ୍ରବେଶକାରୀଙ୍କୁ ଚରମ ବାଣୀ ଶୁଣାଇ ଏଥର ସୀମା ଡେଇଁଲେ ମାଡ଼ ହେବ ବୋଲି ଚେତାଇ ଦେଇଛନ୍ତି ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ । ପଟାଙ୍ଗୀ ଓ ନନ୍ଦପୁର ବ୍ଲକ ଅଞ୍ଚଳରେ ଆନ୍ଧ୍ରର ଅବାଧ ପ୍ରବେଶ ଅସହ୍ୟ ହେଲାଣି । ବିଭିନ୍ନ ପ୍ରଲୋଭନ ଦେଖାଇ ଅରାଜକତା ସୃଷ୍ଟି କରୁଛି ଆନ୍ଧ୍ର । ପଟାଙ୍ଗି ବ୍ଲକ ଅଞ୍ଚଳ ହେଉ କି ନନ୍ଦପୁର ବ୍ଲକର ରାଇପାହାଡ, ଆନ୍ଧ୍ରର ଚାଲକୁ ବରଦାସ୍ତ କରାଯିବ ନାହିଁ । ଏଥର ମାଡ଼ ହେବ । ବରଦାସ୍ତର ସୀମା ପାର କଲାଣି ଆନ୍ଧ୍ର । ଅଧିବାସୀ, ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ସବୁବେଳେ ଭ୍ରମିତ କରୁଛି । ନିଜ ଅଞ୍ଚଳର ଉନ୍ନତି ନ କରି ଓଡ଼ିଶାର ଲୋକଙ୍କୁ ଭୁଅାଁ ବୁଲାଉଛି । ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ସୀମାନ୍ତରେ ଜାଗ୍ରତ ଅଛନ୍ତି । ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବାକୁ ଆମେ ବଧପରିକର । ଆମ ଭୌଗୋଳିକ ସ୍ଥିତି ଅନୁସାରେ ସୀମାନ୍ତ ଅଞ୍ଚଳର ଛୋଟ ଗାଁ ଗୁଡ଼ିକ ଉପରେ ନଜର ପକାଇଛି ଆନ୍ଧ୍ର । ନନ୍ଦପୁର ରାଇପାହାଡ଼ ଗ୍ରାମରେ ଆନ୍ଧ୍ରର ସ୍ଥିତି ଜାହିର ଓ ଗତକାଲି କୋଟିଆ ପଞ୍ଚାୟତ ଗୃହରେ ଆନ୍ଧ୍ରର ପ୍ରତିନିଧିଙ୍କ ଅନୁପ୍ରବେଶ ସମ୍ପର୍କେ ପ୍ରତିକ୍ରିୟା ନେବାରେ ବିଧାୟକ ଏଭଳି ପ୍ରତିକି୍ରୟା ଦେଇଛନ୍ତି ।
Powered by Froala Editor