୯ଟି ନୂତନ ଧାନ କିସମ ଉଦ୍ଭାବିତ
କଟକ ସଦର: କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରୁ ଉନ୍ନତମାନ ୯ଟି ନୂତନ କିସମ ଧାନ ଉଦ୍ଭାବିତ ହୋଇଛି ବୋଲି ନିଦେ୍ର୍ଧଶକ ଡଃ ଦୀପଙ୍କର ମାଇତି କହିଛନ୍ତି । ୧୯୬୮ ମସିହାରୁ ନୂତନ ଧାନ କିସମ ଉଦ୍ଭାବନ ହେବା ଦିନଠୁ ଆଜିର ଏହି ୯ ଗୋଟି ନୂତନ ଧାନ କିସମକୁ ମିଶାଇ ୧୫୪ ଧାନ କିସମ ଉଦ୍ଭାବିତ ହୋଇଥିବା କୁହାଯାଇଛି । ଏହି ଧାନ କିସମକୁ ବୈଜ୍ଞାନିକ ଡଃ ଶରତ ଚନ୍ଦ୍ର ପ୍ରଧାନ, ଡଃ ସୁଶାନ୍ତ ଦାସ, ଡଃ ମୀରା କୁମାରୀ କର, ଡଃ କି୍ରଷ୍ଣେନ୍ଦୁ ଚଟ୍ଟୋପଧ୍ୟାୟ ଓ ଡଃ ରାମ ଲକ୍ଷ୍ମଣ ବର୍ମା ପ୍ରମୁଖଙ୍କ ନେତୃତ୍ୱରେ କରାଯାଇଛି । ବୈଜ୍ଞାନିକ ଡଃ. ଶରତ ପ୍ରଧାନଙ୍କ ଦ୍ୱାରା ଉଦ୍ଭାବିତ ୩ଟି ନୂତନ କିସମ ଧାନ ମଧ୍ୟରେ ସିଆର ଧାନ ୪୧୩, ସି.ଆର ଧାନ ୫୧୨ ଓ ତୃତୀୟଟି ସି.ଆର ଧାନ ୮୦୩ ରହିଛି । ସେହିପରି ଡଃ ସୁଶାନ୍ତ ଦାସଙ୍କ ନେତୃତ୍ୱରେ ସିଆର ଧାନ ୩୧୬, ଡଃ ମୀରା କୁମାରୀ କରଙ୍କ ନେତୃତ୍ୱରେ ସିଆର ୩୧୭, ଡଃ.କି୍ରଷ୍ଣେନ୍ଦୁ ଚଟ୍ଟୋପଧ୍ୟାଙ୍କ ଦ୍ୱାରା ଉଦ୍ଭାବିତ ଦୁଇ କିସମର ଧାନ ମଧ୍ୟରୁ ସ୍ୱର୍ଣ୍ଣାଞ୍ଜଳି ଧାନ ଅଧିକ ପୁଷ୍ଟିସାର ଯୁକ୍ତ ଧାନ ହୋଇଥିବା ବେଳେ କିସମର ସି.ଆର ଧାନ ୪୧୧ ଓ ଅନ୍ୟ କିସମଟି ସିଆର ଧାନ ୪୧୨ । ସେହିପରି ଡଃ.ରାମ ଲକ୍ଷ୍ମଣ ବର୍ମାଙ୍କ ଦ୍ୱାରା ଉଦ୍ଭାବିତ ଶଙ୍କର କିସମ ଦୁଇ ନୂତନ ଧାନ ମଧ୍ୟରୁ ସିଆର ଧାନ ୭୦୨ ଓ ଶଙ୍କର ୭୦୩ କିସମ । ଏହି ଧାନରୁ ଲମ୍ବା ସରୁ ଚାଉଳ ପ୍ରସ୍ତୁତ ସମ୍ଭବ ।
Powered by Froala Editor