ଆକ୍ରମଣରେ ୩ କନଷ୍ଟେବଳ ଆହତ
ଭଦ୍ରକ: ରାଜ୍ୟରେ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ଫଳରେ ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି ସାଧାରଣ ଲୋକେ । ଗତକାଲି ରାଜଧାନୀରେ ପୋଲିସ ଉପରେ ଆକ୍ରମଣ ହୋଇଥିବା ବେଳେ ଆଜି ଭଦ୍ରକ ଜିଲ୍ଲା ତୋରଣ ପଦା ଗ୍ରାମରେ ପୋଲିସ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ ଏକ ଗୋଷ୍ଠୀ ସଂଘର୍ଷର ତଦନ୍ତ ପାଇଁ ସାବରଙ୍ଗ ଥାନା ପୋଲିସ ଯାଇଥିବା ଘଟଣାସ୍ଥଳକୁ ଯାଇଥିବା ବେଳେ ହଠାତ ସେଠାରେ ପୋଲିସଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ଏହି ଆକ୍ରମଣରେ ୩ ଜଣ କନଷ୍ଟେବଳ ଆହତ ହୋଇଥିବା ସୂଚନା ମିଳିଛି । ୩ ଜଣଙ୍କ ମଧ୍ୟରୁ ଜଣେ ମହିଳା କନେଷ୍ଟବଳ ଥିବା ବେଳେ ୨ଜଣ ପୁରୁଷ କନଷ୍ଟେବଳ ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କାହିଁକି ପୋଲିସ ଉପରକୁ ସାଧାରଣ ଲୋକେ ଆକ୍ରମଣ କଲେ ସେନେଇ ସୂଚନା ମିଳିପାରିନାହିଁ ।
Powered by Froala Editor