ସୁନ୍ଦରଗଡ଼ରେ 5-T ସଚିବ ଭି. କେ ପାଣ୍ଡିଆନ
ରାଉରକେଲା: ସୁନ୍ଦରଗଡ଼ରେ 5-T ସଚିବ ଭି. କେ ପାଣ୍ଡିଆନ । ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରୁଛନ୍ତି 5-T ସଚିବ । ସୁନ୍ଦରଗଡ଼ରେ ପହଞ୍ଚିବା ପରେ କୁଣ୍ଡୁକେଲାରେ ଥିବା ଗ୍ରୀଡ ସବଷ୍ଟେସନ ପରିଦର୍ଶନ କରିଛନ୍ତି । ପରେ ବାଙ୍କିବାହାଲରୁ ଭେଡାବାହାଲ କୋଲ କରିଡର ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ । ସେହିପରି ଭବାନୀପୁର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହାପରେ କିଞ୍ଜିରିମା ହାଇସ୍କୁଲରେ ଚାଲିଥିବା ରୂପାନ୍ତରଣ କାର୍ୟ୍ୟକ୍ରମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ । ଏହି କାର୍ୟ୍ୟକ୍ରମ ଜରିଆରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶର ଉନ୍ନତି କରାଯାଉଛି ।
Powered by Froala Editor