ଅଗଷ୍ଟ ୧୫ରେ ଏକ୍ମୋ ଚିକିତ୍ସା ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ଏକ୍ମୋ ଚିକିତ୍ସା ସେବା ଆସନ୍ତା ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏକ୍ମୋ ଚିକିତ୍ସା ଲୋକାର୍ପଣ କରିବେ। ଏଥିପାଇଁ କଟକ ଏସ୍ସିବି ମେଡିକାଲ କଲେଜରେ ୯ଟି ଏକ୍ମୋ ମେସିନ୍ ଇନ୍ଷ୍ଟଏ ହୋଇଯାଇଥିବା ବେଳେ ୯ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତ ଦିଆଯାଇ ସରିଛି। ଏସ୍ସିବିରେ ଏକ୍ମୋ ମେସିନ୍ର ଡେମୋ ମଧ୍ୟ ସଫଳତାର ସହ ଶେଷ ହୋଇଛି। ଏନେଇ ଡିଏମଇଟି ସିବିକେ ମାହାନ୍ତ ସୂଚନା ଦେଇଛନ୍ତି।
ଇତି ମଧ୍ୟରେ କୋଲ୍କାତାର ମେଡିଆର ହସ୍ପିଟାଲରୁ ୨ ଜଣ ଡାକ୍ତର, ୪ ଜଣ ନର୍ସ ଓ ୩ ଜଣ ପରଫ୍ୟୁଜିଅନ୍ନିଷ୍ଟ ବା ରକ୍ତ ସଂଚାଳନ ଏକ୍ମୋ ଚିକିତ୍ସା ତାଲିମ ନେଇ ଫେରିଛନ୍ତି । ଏମାନେ ତାଲିମ ନେଇ ଫେରିବା ପରେ ଏସ୍ସିବିରେ ଏକ୍ମୋ ଚିକିତ୍ସାରେ ଡେମୋ ପ୍ରଦର୍ଶନ କରିଛନ୍ତି। ଆସନ୍ତା ୧୫ରୁ ଏସ୍ସିବିରେ ଏହି ଅତ୍ୟାଧୁନିକ ଜୀବନରକ୍ଷାକାରୀ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯିବ।
୯ଟି ମେସିନିକୁ ଆମେ ଦୁଇ ଭାଗରେ ବିଭକ୍ତ କରିବୁ । ଅଧିକ ଲୋକଙ୍କର କୋଭିଡରୁ ଭଲ ହେବା ପରେ ଇକମୋ ମେସିନର ଆବଶ୍ୟକ ପଡୁଛି । ସେଥିପାଇଁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ୍ କରାଯିବ ଓ ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ୍ କରାଯିବ । କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ ବୋଲି ଡିଏମଇଟି କହିଛନ୍ତି ।
Powered by Froala Editor