ଜନସନ ଟିକାକୁ ଅନୁମତି

ଭୁବନେଶ୍ୱର : କରୋନା ସଂକ୍ରମଣର ତୃତୀୟ ଲହର ଆସୁଥିବାବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୂର୍ବରୁ କୋଭିସିଲଡ଼, କୋଭାକ୍ସିନ, ସ୍ପୁଟନିକ ଟିକାକୁ ଅନୁମତି ମିଳିଥିବାବେଳେ ଏବେ ଜନସନ ଆଣ୍ଡ ଜନସନର କରୋନା ଟିକାକୁ ଅନୁମତି ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏନେଇ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ଜନସନ କମ୍ପାନୀ ଭାରତରେ ଏହାର ସିଙ୍ଗଲ ଡୋଜ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିଲା । ବାୟୋଲୋଜିକାଲ ଇ ଲିମିଟେଡ଼ ସହ ମିଶି ଜନସନ ଭାରତ ସମେତ ଅନେକ ଦେଶକୁ ସିଙ୍ଗଲ ଡୋଜ ଟିକା ପ୍ରଦାନ କରିବ । ଏହାକୁ ଅନୁମତି ମିଳିବା ପରେ ଟିକାକରଣ ପ୍ରକ୍ରିୟା ଜୋରଦାର ହୋଇପାରିବ । ଏହାର ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ରିପୋର୍ଟ ଆଧାରରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି ।
ଏହାର ଗୋଟିଏ ଡୋଜ ଟିକା କରୋନା ବିରୋଧରେ ୮୫% ପ୍ରଭାବଶାଳୀ । ଏହା କରୋନା ସଂକ୍ରମିତଙ୍କୁ ଗୁରୁତର ହେବାରୁ ରକ୍ଷା କରିଥାଏ । ଟିକା ନେବାର ୨୮ ଦିନ ଭିତରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁଛି ।
Powered by Froala Editor